12 ଘଣ୍ଟା ଯାଜପୁର ବନ୍ଦ

ଯାଜପୁର: VLW ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି 12 ଘଣ୍ଟିଆ ଯାଜପୁର ବନ୍ଦ ରହିଛି । ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି । ଜିଲ୍ଲାର ୧୦ଟି ବ୍ଲକ୍‌ ଏବଂ ୨ଟି ପୌରାଞ୍ଚଳରେ ବିଜେପି କର୍ମୀ ଏବଂ ସମର୍ଥକମାନେ ପ୍ଲାକାର୍ଡ, ବ୍ୟାନର ଧରି ବନ୍ଦ ପାଳନ କରୁଛନ୍ତି। ଛକ ଜାଗାଗୁଡ଼ିକରେ କେତେକ କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ସହ ଯାତ୍ରୀବାହୀ ଯାନବାହନ ଚଳଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଧର୍ମଶାଳା ବ୍ଲକ୍‌ର ହରିଦାସପୁର ପଞ୍ଚାୟତର ଭିଏଲ୍‌ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ଗତ ୫ ଦିନ ତଳେ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଏହା ଆତ୍ମହତ୍ୟା ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ କହିବା ପରେ ଘଟଣା ରାଜନୈତିକ ମୋଡ଼ ନେଇଛି  ।

ବିରୋଧୀ ଏହାକୁ ଆତ୍ମହତ୍ୟା ନୁହେଁ ବଂର ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ରୂପେଶଙ୍କ ଗେଷ୍ଟହାଉସକୁ ତୁରନ୍ତ ସିଲ୍ କରିବା ପରିବର୍ତ୍ତେ ପୋଲିସ ଚୁପ ବସିଯିବାରୁ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ସଫଳ ହୋଇଛନ୍ତି । ଗେଷ୍ଟହାଉସରେ ଲାଗିଥିବା ସିସିଟିଭିର ହାର୍ଡଡିକ୍ସରୁ ସମସ୍ତ ପ୍ରମାଣ ନଷ୍ଟ କରିବାରେ ଅଭିଯୁକ୍ତମାନେ ସଫଳ ହୋଇଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

Related Posts