ଗାଁରେ ବୁଥ୍ କରିବାକୁ ଦାବି କଲେ ଭୋଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ପ୍ରାର୍ଥୀମାନେ ଭୋଟ ପାଇଁ ଲୋକଙ୍କ ପାଖକୁ ଯାଉଛନ୍ତି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ଯିବାକୁ ହେଉ କିମ୍ବା,ପିଲାଙ୍କ ପାଠପଢା ଅନ୍ୟକିଛି କାମ ପାଇଁ ନଦୀ ଆରପଟକୁ ଯିବାକୁ ପଡୁଛି । ଏଠି ଅନେକ ଦାବି ପରେ ବି ନୀରେ ହେଉନି ବ୍ରିଜ୍ । ଫଳରେ ଲୋକେ ନାହିଁନଥିବା ମସସ୍ୟା ଭୋଗୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଗଡରୋମିତ ପଂଚାୟତର ପଡାଗ୍ରାମ ମଦରଙ୍ଗାଡିଆର ୭ ନମ୍ବର ୱାର୍ଡର ଦୁର୍ଦ୍ଦଶା । ଏହି ୱାର୍ଡକୁ ଡଙ୍ଗାହିଁ ଏକମାତ୍ର ଭରଷା ।

ଅଥଳ ଥଳ ପାଣିରେ ଯନ୍ତଚାଳିତ ଡଙ୍ଗାରେ ପାରି ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ୱାର୍ଡ ବାସିନ୍ଦା । ଆଗକୁ ତ୍ରିସ୍ତରିୟ ପଂଚାୟତ ନିର୍ବାଚନ ପାଇଁ ଭୋଟ ଥିବା ବେଳେ ଗ୍ରାମରେ ଏକ ଭୋଟଦାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଦୀର୍ଘଦିନ ହେବ ଏପରି ସମସ୍ୟାରେ ଗ୍ରାମବାସି ମାନେ ଘାଂଟି ହେଉଥିଲେ ମଧ୍ୟ ସେମାନଙ୍କର ସମସ୍ୟା ସମାଧାନ ହୋଇପାରି ନାହିଁ । ଆଗୁକୁ ତ୍ରିସ୍ତରିୟ ପଂଚାୟତ ନିର୍ବାଚନ ପାଇଁ ଭୋଟ ହେବାକୁ ଥିବା ବେଳେ ଗ୍ରାମରେ ଏକ ଭୋଟ ଦାନ କେନ୍ଦ୍ର ଖୋଲିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Related Posts