ଆସନ୍ତାକାଲି ଦେଶର ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ, ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଦେଶର ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ବାଛିବ ଦେଶ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଓଡ଼ିଶା ବିଧାନସଭା ପକ୍ଷରୁ ମଧ୍ୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ବୁଥ୍ କେନ୍ଦ୍ର କରାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।ସାଂସଦମାନେ ଚାହିଁଲେ ବିଧାନସଭାରେ ମଧ୍ୟ ନିଜର ମତ ସାବ୍ୟସ୍ତ କରିପାରିବେ । ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ସହ ଅନ୍ୟ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ସୂଚନା ଅନୁସାରେ ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରାର୍ଥୀ ମଇଦାନ ରେ ଅଛନ୍ତି। NDA ତରଫରୁ ଦ୍ରୌପଦୀ ମୁର୍ମୁ ଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ମିଳିତ ବିରୋଧୀ ଦଳ ମାନଙ୍କ ପକ୍ଷରୁ ମଇଦାନ ରେ ଅଛନ୍ତି ଯଶୋବନ୍ତ ସିହ୍ନା। ତେବେ ଆସନ୍ତା କାଲି ଦେଶର ସମସ୍ତ ସାଂସଦ ଓ ବିଧାୟକ ମାନେ ଭୋଟ ଦେଇ ଦେଶର ରାଷ୍ଟ୍ରପତି ବାଛିବାକୁ ଯାଉଛନ୍ତି।

Related Posts