ଆସନ୍ତା କାଲି ଉପରାଷ୍ଟ୍ରପତି ନିର୍ବାଚନ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସଂସଦ ପରିସରରେ ହେବ ଭୋଟ୍‍ ଗ୍ରହଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏ ପକ୍ଷରୁ ଜଗଦୀପ ଧନକଡ଼ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ୍‍ ଆଲ୍‍ଭା ପ୍ରାର୍ଥୀ ହୋଇଛନ୍ତି।

ଏହି ନିର୍ବାଚନରେ ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ସଂସଦର ମୋଟ୍‍ ସଦସ୍ୟ ସଂଖ୍ୟା ୭୮୮। ସେମାନଙ୍କ ମଧ୍ୟରେ ୫୪୩ ଜଣ ଲୋକସଭା ସଦସ୍ୟ ଥିବା ବେଳେ ୨୩୩ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି। ଆସନ୍ତାକାଲି ଭୋଟ୍‍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍‍ ଗଣତି ହେବ। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ। ଏହାପରେ ଆସନ୍ତା ୧୧ ତାରିଖରେ ଦେଶର ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

Related Posts