ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି; ହେଲେ କାଶ୍ମୀର ସମସ୍ୟାର ସମାଧାନ ବିନା ଏହା ଅସମ୍ଭବ: ଶେହବାଜ ଶରିଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ବର୍ତ୍ତମାନ ରାଜନୈତିକ ସଙ୍କଟ ଦେଖାଦେଇଛି । ପାକିସ୍ତାନ ଇତିହାସରେ ପ୍ରଥମଥର କରି ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବରେ ଗାଦିଚୁ୍ୟତ ହୋଇଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଶେହବାଜ୍ ଶରିଫ୍ ବଡ଼ ବୟାନ ଦେଇଛନ୍ତି । ତେବେ ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ହେଲେ କଶ୍ମୀର ସମସ୍ୟାର ସମାଧାନ ବିନା ଏହା ସମ୍ଭବ ନୁହେଁ।

ଇସଲାମାବାଦରେ ଜିଓ ନ୍ୟୁଜକୁ ସାକ୍ଷାତକାର ଦେଇ ଶେହବାଜ ଶରିଫ କହିଛନ୍ତି, କ୍ଷମତାକୁ ଆସିବା ପରେ ତାଙ୍କର ପ୍ରଥମ ପ୍ରାଥମିକତା ହେଉଛି ଜାତୀୟ ସୌହାର୍ଦ୍ଦ୍ୟ ଏବଂ ବିରୋଧୀଦଳର ନେତାଙ୍କ ପରାମର୍ଶ କ୍ରମେ ଏକ ନୂତନ କ୍ୟାବିନେଟ ଗଠନ କରିବା। ଏହା ପରେ ସେ ଦେଶର ଅର୍ଥନୀତିରେ ଉନ୍ନତି ଆଣି ଲୋକଙ୍କୁ ଚିନ୍ତାମୁକ୍ତ କରିବାକୁ ଚେଷ୍ଟା କରିବେ, ଯାହା ଦ୍ବାରା ଦେଶରେ ଏକ ନୂତନ ଯୁଗ ଆରମ୍ଭ ହେବ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts