
କିଭ୍ : ୟୁକ୍ରେନ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ । ଶନିବାର ଯୁଦ୍ଧ ବିଧ୍ୱଂସ୍ତ ୟୁକ୍ରେନରେ ପହଞ୍ଚିବା ପରେ ପ୍ରଥମେ ରାଷ୍ଟ୍ରପତି ଭୋଲ୍ଡେମୀର ଜେଲଂସ୍କିଙ୍କୁ ଭେଟିଥିଲେ। ପରେ ରବିବାର ଜେଲଂସ୍କିଙ୍କୁ ଧରି କିଭ ରାଜରାସ୍ତାରେ ବୁଲିଛନ୍ତି। ଏହି ଅବସରରେ ସେ ନାଗରିକଙ୍କୁ ଭେଟିବା ସହ ସେମାନଙ୍କ ସାଙ୍ଗେ କଥାବାର୍ତ୍ତା ହୋଇ ହାଲଚାଲ ମଧ୍ୟ ପଚାରି ବୁଝିଛନ୍ତି। ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରଠାରୁ କୌଣସି ବିଦେଶୀ ନେତାଙ୍କ କିଭ ଆଗମନର ଏହା ପ୍ରଥମ ଘଟଣା।
ବୋରିଶ ଜନସନ ଏଠାରେ ରାତ୍ରି ଯାପନ କରିବା ସହ ସକାଳେ ରାସ୍ତାରେ ବୁଲି ହାଲଚାଲ ଦେଖିଛନ୍ତି। ୟୁକ୍ରେନ ରାଜଧାନୀରୁ ବାହାରୁଥିବା ନାଗରିକଙ୍କ ଶବକୁ ଦେଖି ଏହା ସବୁ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଛବିକୁ ଖରାପ କରିଥିବା କହିଛନ୍ତି ବୋରିଶ। ସେ କହିଛନ୍ତି ଯେ ପୁଟିନ ଦୁନିଆକୁ ମିଛ କହୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବୋରିଶ ଜନସନ ସପ୍ତାହନ୍ତରେ ଅଚାନକ ୟୁକ୍ରେନ ଗସ୍ତରେ ପହଞ୍ଚିଥିବା ବେଳେ ସେହି ସମୟରେ କିଭ ରାଜରାସ୍ତାରେ ବୁଲି ବାହାରିଥିଲେ ଯେତେବେଳେ ଋଷିଆ ଆକ୍ରମଣରେ ମୃତ ନାଗରିକଙ୍କ ଶବ ସହରରୁ ବାହାର କରାଯାଉଛି। ଏହା ଦେଖି ବୋରିଶ ବିଚଳିତ ବୋଧ କରିବା ସହ ଏ ବାବଦେ ପୁଟିନ ବିଶ୍ୱକୁ ଏପର୍ଯ୍ୟନ୍ତ ମିଛ କଥା କହି ଚାଲିଥିବା କହିଛନ୍ତି। ଋଷିଆ ଭାବିଥିଲା ୟୁକ୍ରେନକୁ ମାତ୍ର ଦିନ କେଇଟାରେ ନିଜ ନିୟନ୍ତ୍ରଣକୁ ନେଇଯିବ। ହେଲେ ସେ ଭୁଲ ପ୍ରମାଣିତ ହୋଇଛନ୍ତି। ଏଥିରେ ୟୁକ୍ରେନ ନାଗରିକ ଯେଉଁ ଦୁଃସାହାସ ପ୍ରଦର୍ଶନ କରିଛନ୍ତି ଏହା ବାସ୍ତବିକ୍ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ଏବଂ ଋଷ ର ଏହି ପରି ଭାବରେ ୟୁକ୍ରେନ ନାଗରିକ ଉପରେ ଆକ୍ରମଣ କରିବା ବହୁତ୍ ନିନ୍ଦନୀୟ ।