ଯୋଗୀଙ୍କ ବଡ଼ ଘୋଷଣା; ସମସ୍ତ ବିଧାନସଭା କ୍ଷେତ୍ରରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ଉନ୍ନତ ଡାକ୍ତରଖାନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ତେବେ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ୧୦୦ ଶଜ୍ଜା ବିଶିଷ୍ଟ ସମସ୍ତ ସୁବିଧା ସୁଯୋଗ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଡାକ୍ତରଖାନା ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟର ସମସ୍ତ ବ୍ଲକରେ ୨୫ରୁ ୩୦ଶଜ୍ଜା ବିଶିଷ୍ଟ ଉନ୍ନତମାନର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଉପଲବ୍ଧ କରାଇବା ଲକ୍ଷକୁ ଖୁବଶୀଘ୍ର କାର୍ୟ୍ୟକାରୀ କରାଯିବ। ଗୋରଖପୁରରେ ଜଙ୍ଗଲ କୌଣ୍ଡିୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ସମସ୍ତ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜନ ଆରୋଗ୍ୟ ମେଳାର ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ପ୍ରତ୍ୟକ ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସରକାରଙ୍କର ପ୍ରଥମ ପଦକ୍ଷେପ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି କରୋନା ସମୟରେ ଏକ ସମ୍ବେଦନଶୀଳ ସରକାର କିପରି କାର୍ୟ୍ୟ କରେ ତାହା ଉତ୍ତରପ୍ରଦେଶର ଲୋକମାନେ ଦେଖିଛନ୍ତି।

କରୋନା ମହାମାରୀ ସମୟରେ କରାଯାଇଥିବା ସ୍ୱାସ୍ଥ୍ୟ ସେବା ଓ ଦଳଗତ କାର୍ୟ୍ୟକୁ ପ୍ରଶଂସା କରି ସେ କହିଛନ୍ତି ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୩୦ କୋଟି କରୋନା ଭ୍ୟାକସିନ ଉପଲବ୍ଧ କରାଯାଇ ସାରିଛି । କାର୍ୟ୍ୟକ୍ରମରେ ଯୋଗୀ ଆଦିତ୍ୟ ନାଥ ଆହୁରି କହିଛନ୍ତି, ଆରୋଗ୍ୟ ମେଳାରେ ନିଶୁଳ୍କ ଚିକିତ୍ସା ପରାମର୍ଶ, ନିଶୁଳ୍କ ରୋଗ ପରୀକ୍ଷା, ଓ ମାଗଣା ଔଷଧ ମିଳିବ। ଏହି ମେଳା ୨୦୨୦ ରେ ଆରମ୍ଭ କରାଯାଇଥିଲା କିନ୍ତୁ କରୋନା ସଂକ୍ରମଣ ଯୋଗୁ ଏହାକୁ ବନ୍ଦ କରାଯାଇଥିଲା। ଏହା ପୁଣି ଆରମ୍ଭ କରାଯାଇଛି। ସମସ୍ତଙ୍କୁ ବିନା ଭେଦଭାବରେ ଚିକିତ୍ସା ସେବା ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts