ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଲାଗିଲା ଯୁଦ୍ଧ ଜାହାଜ: ନୌସେନା ପକ୍ଷରୁ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଆୟୋଜନ

ପାରାଦୀପ : ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଲାଗିଲା ଯୁଦ୍ଧ ଜାହାଜ। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏହି ବିଶାଳକାୟ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ଘଡିଆଲ ବନ୍ଦରରେ ଲାଗିଛି। ଏହାଦ୍ଵାରା ପାରାଦୀପର ବିଭିନ୍ନ ଲୋକ ସ୍ଵାସ୍ଥ୍ୟ ସୁବିଧା ପାଇପାରିବେ।

ଖବର ଅନୁଯାୟୀ, ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏଫ୍‌ବି ୨ ବର୍ଥରେ ଏହି ଯୁଦ୍ଧ ଜାହାଜ ଲାଗିଛି। ଲୋକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ ଔଷଧ ଆଣିପାରିବେ ବୋଲି ଜଣାପଡିଛି। ବନ୍ଦର ମଧ୍ୟକୁ ଲୋକମାନଙ୍କୁ ନେବାପାଇଁ ସ୍ଵତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଖାସ୍‌ ନଜର ରଖାଯାଇଛି ।

Related Posts