ମହାନଦୀରେ ବଢୁଛି ଜଳସ୍ତର: ମୁଣ୍ଡଳୀ ନିକଟରେ ୮ଲକ୍ଷ ୫୭ହଜାର ୯୧୫ ଘନଫୁଟ ଜଳ ପ୍ରଵାହିତ

କଟକ : ଉପରମୁଣ୍ଡରେ ବଢ଼ୁଛି ବର୍ଷା । ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦରୁ ଏବେ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ, ମହାନଦୀରେ ବଢୁଛି ଜଳସ୍ତର । ଯାହାଫଳରେ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଖାସ୍‌ କରି ମହାନଦୀରେ ଜଳସ୍ତର ବଢିଚାଲିଛି । ଯାହାକୁ ନେଇ ଏବେ ରାଜ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି ।

ତେବେ ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ୮ଲକ୍ଷ ୫୭ହଜାର ୯୧୫ ଘନଫୁଟ ଜଳ ପ୍ରଵାହିତ । ମୁଣ୍ଡଳୀରେ ମହାନଦୀର ଜଳସ୍ତର ଏବେ ୯୧ ଫୁଟ ରହିଥିବା ବେଳେ ଵିପଦ ସଙ୍କେତ ୯୭ ଫୁଟ ରହିଛି । ସେହିପରି ସକାଳ ୬ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୨୩ ହଜାର ୨୩୭ ଘନ ଫୁଟ ଜଳ ପ୍ରବାହିତ ହେଉଛି। ନରାଜ ଉପରମୁଣ୍ଡର ଜଳସ୍ତର ୨୬.୧୦ ଘନ ଫୁଟ ଥିବା ବେଳେ ତଳମୁଣ୍ଡର ଜଳ ସ୍ତର ୨୩.୯୦ ଘନ ଫୁଟ ରହିଛି ।

Related Posts