ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ ଲୋକସଭାରେ ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଏହା ସହ ସୋନିଆ ଗାନ୍ଧୀ ଫେସବୁକ୍ ଏବଂ ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅନେକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାଜନୈତିକ ଦଳର କାହାଣୀ ଗଠନ ପାଇଁ ସୋସିଆଲ ମିଡିଆ କାର୍ୟ୍ୟ କରୁଛି। ଏହି ସମୟରେ କଂଗ୍ରେସର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ବିଜେପିକୁ ଅପମାନିତ କରି ଏକ ଟ୍ୱିଟ କରାଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ କଂଗ୍ରେସକୁ ନେଇ ନିଜ ମତ ଦେବାରେ ଲାଗିଛନ୍ତି । ତେବେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହା ଲେଖାଯାଇଥିଲା ଯେ, ‘କଂଗ୍ରେସ ହେଉଛି ସେହି’ ସଫ୍ଟୱେୟାର ‘ ଯିଏ ଭାରତର ଗଣତନ୍ତ୍ରକୁ ବିଜେପି ଦ୍ୱାରା ହ୍ୟାକ୍ ହେବାକୁ ଦେବ ନାହିଁ ବୋଲି ଟ୍ୱିଟ କରି ଲେଖିଛନ୍ତି ।
ଏହା ପରେ ସୋସିଆଲ ମିଡିଆରେ ଏନେଇ ଅନେକ ବ୍ୟବହାରକାରୀ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ତେବେ ଜଣେ ଲେଖିଛନ୍ତି ଯେ ସଫ୍ଟୱେୟାର ୨୦୧୪ ଏବଂ ୨୦୧୯ ରେ କାର୍ଯ୍ୟ ବନ୍ଦ କରି ଦେଇଛି। ଏବଂ ରାମ ଜିଙ୍କ କୃପାରୁ ୨୦୨୪ ରେ କଂଗ୍ରେସର ସଫ୍ଟୱେର୍ ପୁରୁଣା ହେବାକୁ ଯାଉଛି । ସେହିପରି ଆଶିଷ ନାଉତିୟାଲ ମନ୍ତବ୍ୟ ଦେଇଛନ୍ତି, ଯେ କଂଗ୍ରେସ ପାଞ୍ଚଟି ରାଜ୍ୟରେ ଶୋଚନୀୟ ପରାଜୟ କରିଛି । ପ୍ରବୀଣ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଆଉ କିଛି ଦିନପରେ ଟ୍ୱିଟ ଆସିବ ଯେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଦଳକୁ ଜାଣିବାକୁ ହେବ ଯେ କଂଗ୍ରେସ ସପ୍ଟୱେର କ୍ରାସ ହୋଇଯାଇଛି । ଏପରି ଅନେକ ପ୍ରତିକ୍ରିୟା କଂଗ୍ରେସର ଟ୍ୱିଟ ପରେ ଦେଖିବାକୁ ମିଳିଛି ।