ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଥମଥର କରି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ ମୁହଁ ଖୋଲିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମୟାବତୀଙ୍କୁ ବଡ଼ ଅଫର ଦେଇଥିଲା । ତେବେ କଂଗ୍ରେସ ନିର୍ବାଚନ ପୂର୍ବରୁ ମୟାବତୀଙ୍କ ଦଳ ସହ ମେଣ୍ଟ କରିବାକୁ ଚାହୁଁଥିଲା । ଏପରିକି ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର୍ ଦିଆଯାଇଥିଲା । କିନ୍ତୁ ମାୟାବତୀ କିଛି ଉତ୍ତର ଦେଇନଥିଲେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେପଟେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ମାୟାବତୀଙ୍କ ନିକଟକୁ ଯାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲୁ । କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ। କାହିଁକିନା ସରକାର ତାଙ୍କୁ ଭୟଭୀତ କରିବା ପାଇଁ ସିବିଆଇ, ଇଡି ଏବଂ ପେଗାସସ୍ ବ୍ୟବହାର କରିବେ ବୋଲି ସେ ଆଶଙ୍କା କରି ବିଏସପି ନେତା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ମାୟାବତୀ ଜୀ ୟୁପିରେ ଦଳିତଙ୍କ ସ୍ୱର ଉତ୍ତୋଳନ କରିଥିଲେ । ଯାହା କଂଗ୍ରେସକୁ ବେଶ ପ୍ରଭାବିତ କରିଥିଲା। ଏଥର ମାୟାବତୀ ଦଳିତ ସ୍ୱର ପାଇଁ ଲଢ଼ି ନାହାଁନ୍ତି କାରଣ ସେଠାରେ ସିବିଆଇ, ଇଡି ଏବଂ ପେଗାସସ୍ ଅଛି ବୋଲି ସେ କହିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା କେ ରାଜୁଙ୍କ ଦ୍ୱାରା ସମ୍ପାଦିତ ଦଲିତ ସତ୍ୟର ପୁସ୍ତକ ଉନ୍ମୋଚନରେ ରାହୁଲ ଗାନ୍ଧୀ ଏପରି କହିଥିବାର ଦେଖିବାକୁ ମିଳିଛି । ଚଳିତଥର ଉତ୍ତରପ୍ରଦେଶରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ହେଲେ ଏ ଖବର ସାମ୍ନାକୁ ଆସିବା ବର୍ତ୍ତମାନ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।