‘ଗୁଜରାଟରେ ଆପ ନଥିଲେ ଆମେ ବିଜେପିକୁ ପରାସ୍ତ କରିଥାନ୍ତୁ’: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ନିକଟରେ ଶେଷ ହୋଇଥିବା ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ​​ଆମ୍ ଆଦମୀ ପାର୍ଟି ଏକ ବଡ ଭୂମିକା ଗ୍ରହଣ କରିଛି। ଯଦି ଗୁଜରାଟରେ ଆପ ନଥାନ୍ତା ତେବେ କଂଗ୍ରେସ ବିଜେପିକୁ ପରାସ୍ତ କରିବାରେ ସଫଳ ହୋଇଥାନ୍ତା। ଆଜି ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ଗୁଜରାଟରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ହେଉଛି ବିଜେପିର ବି ଟିମ୍‌। କଂଗ୍ରେସକୁ ମୁକାବିଲା କରିବା ପାଇଁ ଉଭୟ ଆପ୍‌ ଏବଂ ବିଜେପି ମଧ୍ୟରେ ଚୁକ୍ତି ହୋଇଛି। ତେବେ ଆପ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଆପ କହିଛି ଯେ, କଂଗ୍ରେସ ବିଜେପି ସହ ବୁଝାମଣା କରି ନିର୍ବାଚନ ମୈଦାନରେ ନିରବ ରହିଲା। ଗୁଜରାଟ ଯିବାକୁ କଂଗ୍ରେସର ବଡ ବଡ଼ ନେତା ଦୂରେଇ ରହିଲେ।

ତେବେ ଭାରତ ଯୋଡ ଯାତ୍ରାରେ ଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ, ବିଜେପି ଭାରତକୁ ବିଭାଜନ କରୁଛି। ସେମାନେ ଘୃଣା ବାଣ୍ଟୁଛନ୍ତି । ଯେଉଁଦିନ କଂଗ୍ରେସ ଏହା ବୁଝିବାରେ ସକ୍ଷମ ହେବ। ସେବେଠାରୁ କଂଗ୍ରେସ ସବୁ ନିର୍ବାଚନ ବିଜୟୀ ହେବ। ଗୁଜରାଟ ଦାୟିତ୍ୱରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ମଧ୍ୟ ପୂର୍ବରୁ କହିଥିଲେ ଯେ, କଂଗ୍ରେସର ପରାଜୟରେ ଆପରଏକ ବଡ଼ ଭୂମିକା ରହିଛି। ଆପ୍‌ ଯେଉଁ ଭଳି ଭାବେ ଉତ୍ସାହର ସହ ନିର୍ବାଚନ ଲଢ଼ିଲା କଂଗ୍ରେସ ସେହି ଭଳି ଲଢ଼ି ନାହିଁ। କିନ୍ତୁ ଆପ୍‌ କେବଳ ଳୋକଙ୍କୁ ମିଛ ପ୍ରତିଶ୍ରୁତି ଦେଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ସେ କହିଛନ୍ତି ଯେ, ଆପ ସବୁଠି ମିଛ କହୁଛି। ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ଦଳକୁ ବହୁ କ୍ଷତି ପହଞ୍ଚାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର ପାଇଁ ବିଜେପି ସେଠାରେ ବିରାଟ ବିଜୟର ଫାଇଦା ପାଇଥିବା ଗେହଲଟ କହିଛନ୍ତି । ପ୍ରଧାନମନ୍ତ୍ରୀ ଗୁଜରାଟରେ ତିନିମାସ ଲଗାତାର ପ୍ରଚାର କରିଥିଲେ। ଅନେକ ସମାବେଶ କରିଥିଲେ। ତେବେ କଂଗ୍ରେସ ପ୍ରଚାର ଅଭିଯାନରେ ବହୁ ପଛରେ ଥିବା ଗେହଲଟ ସ୍ୱୀକାର କରିଛନ୍ତି। ସେହିପରି କଂଗ୍ରେସ ନିର୍ବାଚନରେ ସେତେ ପରିମାଣରେ ଟଙ୍କା ଖର୍ଚ୍ଚ କରିପାରିନି ବୋଲି ଗେହଲଟ କହିଛନ୍ତି।

Related Posts