ବାହା ହେବେ ବ୍ରହ୍ମାଣ୍ଡ ସୁନ୍ଦରୀ

ସତ୍ୟପାଠ ବ୍ୟୁରୋ : ଆସନ୍ତା ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବି-ଟାଉନର ଆଉ ଜଣେ ଅଭିନେତ୍ରୀ । ନିଜ ପ୍ରେମିକଙ୍କୁ ବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ । ୪୨ବର୍ଷ ବୟସରେ ପହଂଚି ସାରିଥିବା ଏହି ଚର୍ଚ୍ଚିତ ଅଭିନେତ୍ରୀ ବିବାହ କରିବାକୁ ଯାଉଥିବା ଜଣାପଡିଛି ।

ଅନେକ ଜଣଙ୍କୁ ଡେଟ୍ କରିବା ପରେ ଏବେ ସେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଭାଇ ରାଜୀବ ସେନଙ୍କ ବିବାହ ପରେ ସୁସ୍ମିତା ନିଜ ପ୍ରେମିକ ରୋହମାନ୍ ସଲ୍ଙ୍କୁ ବିବାହ କରିବେବୋଲି ଚର୍ଚ୍ଚା ହେଉଛି। ସୁସ୍ମିତାଙ୍କୁ ୪୨ ବର୍ଷ ହୋଇଥିବା ବେଳେ ରୋହମାନଙ୍କୁ ୨୭ ବର୍ଷ। ନିଜଠାରୁ ୧୫ ବର୍ଷ କମ ବୟସ୍କ ରୋହମାନ୍ଙ୍କୁ ବିବାହ କରିବେ ମିସ୍ ୟୁନିଭର୍ସ।

ରୋହମାନ ଓ ସୁସ୍ମିତାଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ରହେ। ଉଭୟଙ୍କ ଡେଟ୍ କରିବାଠୁ ନେଇ ବୁଲାବୁଲି ଯାଏଁ ସବୁ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ। ଶେଷରେ ଅନେକ ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ରିପୋର୍ଟ ଅନୁସାରେ ସୁସ୍ମିତା ଆଗାମୀ ନଭେମ୍ବର ମାସରେ ପ୍ରେମିକ ରୋହମନଙ୍କୁ ବିବାହ କରିବେ।

କିନ୍ତୁ ଆନୁଷ୍ଠାନିକ ଭାବେ ଏହି ଯୋଡି ନିଜ ବିବାହ ବିଷୟରେ କହିନାହାନ୍ତି। ହେଲେ ଖୁବ୍ ଶୀଘ୍ର ସେମାନେ ନିଜ ବିବାହର ତାରିଖ ଘୋଷଣା କରିବେ। କିଛି ଦିନ ତଳେ ସୁସ୍ମିତାଙ୍କର ରୋହମାନଙ୍କ ସହ ବ୍ରେକ୍-ଅପ୍ ହୋଇ ଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା। ମାତ୍ର ସୁସ୍ମିତା ନିଜେ ସେହି ଖବରକୁ ଗୁଜବ ବୋଲି ଏକ ସାକ୍ଷାତକାରରେ କହିଥିଲେ। ସୂଚନାଯୋଗ୍ୟ ଯେ, ସୁସ୍ମିତା ସେନ୍ଙ୍କ ପ୍ରେମ କାହାଣୀ ସୋସିଆଲ୍ ମିଡିଆ ଇନ୍ଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା । ତେବେ ଉଭୟଙ୍କ ବିବାହକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।

Related Posts