ପତ୍ର ପାଇଁ ପିଟିସନ

ସତ୍ୟପାଠ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବୋଲି ଅଦାଲତରେ ରୁଜୁ ହେଲା ମାମଲା । ଦେଶର ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁରେ ଏହି କାରଣରୁ ଅଦାଲତରେ ମାମଲା ରୁଜୁ ହୋଇଛି । ବହୁ ଚର୍ଚ୍ଚିତ ‘ହେଟ କ୍ରାଇମ’କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ପ୍ରତିଷ୍ଠିତ ନାଗରିକ ଗତ କିଛିଦିନ ତଳେ ଚିଠି ଲେଖିଥିଲେ ଏବଂ ଆଜି ସେମାନଙ୍କ ବିରୋଧରେ ବିହାରର ଏକ କୋର୍ଟରେ ଜଣେ ଆଇନଜୀବୀ ମାମଲା ରୁଜୁ କରିଛନ୍ତି ।

ଏମାନଙ୍କ ବିରୋଧରେ ରାଷ୍ଟ୍ରଦୋହ ଓ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ କରାଯାଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ନିର୍ଦ୍ଦେଶକ ମଧୁରଭଣ୍ଡାରକର ଓ ବିବେକ ଅଗ୍ନିହେତ୍ରୀଙ୍କୁ ପିଟିସନର ସୁଧୀର ଓଝା ସାକ୍ଷୀ ଭାବେ ଦର୍ଶାଇଛନ୍ତି । ଆବେଦନରେ ପିଟିସନର ଦର୍ଶାଇଛନ୍ତି ଯେ, ଏଭଳି ପତ୍ର ଦ୍ୱାରା ଦେଶର ଛବି ଖରାପ ହୋଇଛି ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଭାବକୁ କମ୍ କରିବାକୁ ଚେଷ୍ଟା କରାଯାଇଛି ।

ଗତ ମଙ୍ଗଳବାର ଫିଲ୍ମମେକର୍ ମଣୀରତ୍ନମ, ଅନୁରାଗ କାଶ୍ୟପ, ଶ୍ୟାମ ବେନେଗଲ, ଅପର୍ଣ୍ଣା ସେନ ଓ ଭୋକାଲିଷ୍ଟ ଶୁଭ ମୁଦଗଲ ପ୍ରମୁଖ ବଢ଼ି ଚାଲିଥିବା ଲିଂଚି ବା ହେଟକ୍ରାଇମକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ଏନେଇ ୪୯ଜଣ ପ୍ରତିଷ୍ଠିତ ନାଗରିକ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଧ୍ୟାନଦେବାକୁ ଅନୁରୋଧ କରିଥିଲେ । ଏହାସହ ‘ଜୟଶ୍ରୀରାମ’ ନାରା ଦ୍ୱାରା ଏକ ଉତ୍ତେଜନାପୂର୍ଣ୍ଣ ଯୁଦ୍ଧ ଘଟୁଛି ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଥିଲେ ।

Related Posts