ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣା: ୫ ଜଣ ଗିରଫ

କୋଲକାତା: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣା କୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ଏବେ ଏହି ଘଟଣାର ତଦନ୍ତ କରୁଛି ସିବିଆଇ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ 21 ଜଣଙ୍କ ନାଁ ରେ ମାମଲା ରୁଜୁ ହୋଇଛି । ଶନିବାର ପୋଲିସ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆଇପିସିର ବିଭିନ୍ନ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ତଦନ୍ତ ଦାୟିତ୍ବ ଏସଆଇଟି ଠାରୁ ସିବିଆଇକୁ ହସ୍ତାନ୍ତର କରାଯାଇଛି ।

ଏହି ପରିପ୍ରେକ୍ଷୀରେ ସିବିଆଇର ଏକ ୩୦ ଜଣିଆ ଟିମ୍ ବୀରଭୂମର ରାମପୁରହାଟରେ ପହଞ୍ଚି ତଦନ୍ତ କରିଛନ୍ତି । ସିବିଆଇ ଟିମ୍ ସହ କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲାବେରୋଟୋରୀ ମଧ୍ୟ ଯାଞ୍ଚରେ ସାମିଲ ହୋଇଛନ୍ତି । ପ୍ରଥମ ଦିନରେ ତଦନ୍ତରେ ଟିମ୍ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ଏସଆଇଟି ଠାରୁ ମାମଲା ସମ୍ପର୍କିତ ବିଭିନ୍ନ ଡକ୍ୟୁମେଣ୍ଟ ସଂଗ୍ରହ କରିଛି । ଗତ ୨୨ ତାରିଖ ରାତିରେ ବୀରଭୂମରେ ରାଜନୈତିକ ହିଂସାକୁ ନେଇ ନରସଂହାର ଘଟିଥିଲା । କିଛି ଦୁର୍ବୃତ୍ତ ଜଣେ ଟିଏମସି ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ୫ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ ୮ ଜୀଅନ୍ତା ଜଳି ଯାଇଥିଲେ । ପରେ ଏହି ଘଟଣାକୁ ନେଇ ରାଜନୀତି ହୋଇଥିଲା । ଉଭୟ କଂଗ୍ରେସ ଓ ଶାସକ ଦଳ ତଦନ୍ତ କରିବା ପାଇଁ ଦାବି କରିଥିଲେ ।

Related Posts