ଦିଗବିଜୟ ସିଂହ ସମାଜ ଓ ଦେଶ ପାଇଁ ଘାତକ: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ଇନ୍ଦୋର କୋର୍ଟ ଏକ ବଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ପୂର୍ବତନ ଦିଗବିଜୟ ସିଂହଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଦିଗବିଜୟ ସିଂ ଦେଶ ତଥା ସମାଜ ପାଇଁ ସାଂଘାତିକ ବୋଲି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି । ଏହା ସହ ଜାକିର ନାୟକଙ୍କୁ ଶାନ୍ତି ରାଷ୍ଟ୍ରଦୂତ ଓ ଆତଙ୍କବାଦୀ ଓସାମାକୁ ଜୀ ବୋଲି କହିଥିବା ତଥା ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ ସୈନିକମାନଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଦିଗବିଜୟ ସିଂହ ଦେଶ ଓ ସମାଜ ପାଇଁ ଘାତକ ଅଟନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ୨୦୧୧ ମସିହାର ଏକ ମାମଲାରେ ଦିଗବିଜୟ ସିଂହଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଯେଉଁଥିରେ ଦିଗବିଜୟ ସିଂହ ସଂଘ ଏବଂ ବିଜେପିକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହାର ପ୍ରତିବାଦରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ ଦିଗବିଜୟ ସିଂହଙ୍କ କନଭେନକୁ କଳା ପତାକା ଦେଖାଇଥିଲେ। ଯେଉଁଥିରେ ଦିଗବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମଚାନ୍ଦ ଗୁଦୁ ଏବଂ ସେମାନଙ୍କ ସମର୍ଥକମାନେ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ଜଣେ କର୍ମୀ ଆହତ ହୋଇଥିଲେ। ସେହିଭଳି ଇନ୍ଦୋର କୋର୍ଟ ବର୍ତ୍ତମାନ ଅନନ୍ତ ନାରାୟଣ, ଜୟ ସିଂ ଦାର୍ବାର, ଅସଲମ ଲାଲା ଏବଂ ଦିଲୀପ ଚୌଧୁରୀଙ୍କ ସହ ଦିଗବିଜୟ ସିଂହ, ପ୍ରେମଚାନ୍ଦ ଗୁଡୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପରେ ଦିଗବିଜୟ ସିଂହଙ୍କ ସମେତ ସମସ୍ତ ୬ ଜଣ ଦୋଷୀ ସାବ୍ୟସ୍ତ ହେବାପରେ ସ୍ୱତନ୍ତ୍ର ବିଚାରପତି ତୁରନ୍ତ ସେମାନଙ୍କ ଦଣ୍ଡାଦେଶ ଶୁଣାଇଥିଲେ ଏବଂ ପ୍ରତ୍ୟେକଙ୍କୁ ୨୫,୦୦୦ ଟଙ୍କା ଜାମିନରେ ମୁକ୍ତ କରିଥିଲେ।

Related Posts