ବିଗିଡିଲା ବେଙ୍ଗଲ: ଦିନିକିଆ ସଂକ୍ରମଣରେ ରେକର୍ଡ ୧୭୨୦୭ ପଜିଟିଭ

wb

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ତେବେ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ମୋଟ ୧୭,୨୦୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଦିନିକିଆ ସଂକ୍ରମଣରେ ରେକର୍ଡ ସୃଷ୍ଟି କରିଛି । ଏହା ସହ ୨୪ ଘଣ୍ଟାରେ କରୋନାରେ ମୋଟ ୭୦ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଉଭୟ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ମାମଲା ବଢିବାରେ ଲାଗିଛି । ଅନ୍ୟପଟେ ରାଜ୍ୟ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ସକ୍ରିୟଙ୍କ ସଂଖ୍ୟା ୧,୦୫,୮୧୨କୁ ବୃଦ୍ଧି ପାଇଛି । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ୧୪୦ ଟି ଡାକ୍ତରଖାନା ରହିଛି । ସେଥିମଧ୍ୟରୁ ୧୦୫ଟି ସରକାରୀ ଡାକ୍ତରଖାନା ଥିବା ବେଳେ ୩୫ଟି ଘରୋଇ ଡାକ୍ତରଖାନା ରହିଛି ।

Related Posts