ମନ୍ତ୍ରୀ ତ ମେଣ୍ଢା ନୁହନ୍ତି ତେବେ ହେଲା କିଭଳି ?

ଅଭିନନ୍ଦନ ବା Congratulations ବାର୍ତ୍ତା Strategy ଦ୍ଵାରା ସୋସିଆଲ ମିଡ଼ିଆ ରେ ବାହାବା ନେବାର ଏକ ନୂଆ ଷ୍ଟାଇଲ ଆରମ୍ଭ ହୋଇଯାଇଛି ନେତାଙ୍କ ମଧ୍ୟରେ। ପର ଛୁଆ ମୁଣ୍ଡରେ ହାତ ବୁଲେଇ ପରମପୂଜ୍ୟ ପିତା ର ଶ୍ରେୟ ନେବାର ଏକ ନୂଆ ପ୍ରତିଯୋଗିତା ଚାଲିଛି ନେତାଙ୍କ ମଧ୍ୟରେ। ଖେଳକୁଦ ରେ ହେଉ, ପର୍ବତାଚଢାରେ ହେଉ, ଗୀତ ନାଚରେ ହେଉ ବା ପାଠ ପଢ଼ାରେ ହେଉ ଯାହା ଛୁଆ ଯେଉଁଠି ନାଆଁ କଲା ତୁରନ୍ତ ନେତା ମନ୍ତ୍ରୀଙ୍କ ଭଡାଟିଆ ସୋସିଆଲ ମିଡ଼ିଆ Agent ଅଛନ୍ତି ଯିଏ Facebook ରେ, twitter,  Instagram ରେ Congratulations ମେସେଜ ପଠେଇବେ। ଖାଲି ମେସେଜ ନୁହଁ , ନେତା ମନ୍ତ୍ରୀଙ୍କ ମଧ୍ୟ ରେ ପୁଣି ପ୍ରତିଯୋଗିତା କିଏ ଆଗ ଟୁଇଟ କଲା ବା ଫେସ୍ ବୁକ୍ ରେ ବାର୍ତ୍ତା ଛାଡ଼ିଲା। କାରଣ ଟି ହେଲା ଏହାଦ୍ବାରା ନେତାଜୀ ଦେଖେଇ ହେବେ ଯେ ଆମେ ଏ ଓଡ଼ିଆ ଜାତି ଓ ମାଟିକୁ ସବୁଠୁ ଅଧିକ ଭଲ ପାଉଥିବା ବ୍ୟକ୍ତି। ଯିଏ ଏ ମାଟିର ସୁଯୋଗ୍ୟ ସନ୍ତାନକୁ ସବୁଠୁ ଆଗରେ ସମ୍ମାନ ଜଣାଏ।

ଅନେକ ଜାଗାରେ ଏହି ଦେଖାଣିଆ ଅସ୍ମିତା ଓ ସ୍ଵାଭିମାନୀ ହେବାର ପ୍ରୟାସ ଏ ବାବୁ ମାନଙ୍କୁ ଅପ୍ରୀତିକର ପରିସ୍ଥିତି ରେ ପକେଇବାର ଘଟଣା ଘଟୁଛି। ଏପରିକି ଏ ନେତାଙ୍କର ଏହି ଭଡ୍ ଭଡିଆ ଗୁଣ ଯୋଗୁଁ ଅନେକ ସମୟରେ ମେଣ୍ଢା ସ୍ଥିତି ରେ ପହଞ୍ଚନ୍ତି। ଏହାର ସଦ୍ୟତମ ଉଦାହରଣ ହେଲା, ଚଳିତ UPSC Civil Service ପରୀକ୍ଷା ଫଳ ରେ ଓଡ଼ିଆ ପିଲାଙ୍କ କୃତକାର୍ଯ୍ୟ ଘଟଣା।

ପ୍ରଥମେ କିଛି Tv Channel Breaking ନ୍ୟୁଜ୍ ଚଲେଇଲେ ଯେ ଟପ୍ ୧୦ ଜଣଙ୍କ ମଧ୍ୟ ରେ ଓଡ଼ିଶା ର ସଞ୍ଜିତା ମହାପାତ୍ର ଓ ଅଭିଷେକ ସରାଫ୍ ଅଛନ୍ତି। ବାସ୍ ତା ପରେ ମେଣ୍ଢା ଙ୍କ ପରି ସମସ୍ତେ ଲେଖି ଚାଲିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶା ର ଦୁଇ ଜଣ କୁହାଳିଆ ଏବଂ ସବୁ ଖବର ରେ ଅପଡେଟ ରହୁଥିବା ନେଇ ଦେଖେଇ ହେଉଥିବା ନେତା ବି ଏହି ମେଣ୍ଢା ହେବା ପ୍ରତିଯୋଗିତାରେ ଫସିଗଲେ। ଜଣେ ହେଉଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଜଣେ ବିଜେଡି ନେତା ତଥା ମନ୍ତ୍ରୀ ଡ଼ାଃ ଅରୁଣ ସାହୁ।

ଉଭୟ ନିଜ ନିଜର ଟୁଇଟର ରେ ଅଭିଷେକ ସରାଫ ଙ୍କୁ ଓଡ଼ିଶା ର ଗର୍ବ ହିସାବ ରେ congratulate କରିଦେଲେ। ମଜା କଥା ହେଲା ପରେ ଜଣାପଡ଼ିଲା ଯେ ସଂଜିତ୍ ମହାପାତ୍ର ତ ଓଡ଼ିଶା ଝିଅ କିନ୍ତୁ ଅଭିଷେକ ସରାଫ ଓଡ଼ିଶା ର ପିଲା ନୁହଁ। ଅଭିଷେକ ପ୍ରକୃତରେ ମଧ୍ୟପ୍ରଦେଶ ର ପିଲା। ମାତ୍ର ସେତେବେଳକୁ ଉଭୟ ଧର୍ମେନ୍ଦ୍ର ଓ  ଅରୁଣ ଙ୍କ ଟୁଇଟର ମେସେଜ ପବ୍ଲିକ ରେ ଭାଇରାଲ୍ ହୋଇସାରିଲାଣି।

ଏଠାରେ ପ୍ରଶ୍ନ ଉଠୁଛି କଣ୍ , ମନ୍ତ୍ରୀ ତ ନିଜେ ଟୁଇଟର ହେଣ୍ଡେଲ୍ କରନ୍ତି ନାହିଁ ହେଲେ ଯେଉଁ PRO ମାନେ ଅଛନ୍ତି ସେମାନେ ମଣ୍ କରୁଛନ୍ତି। ଟିକେ ଅପେକ୍ଷା କରି ସତ୍ୟାସତ୍ୟ ଯାଞ୍ଚ୍ ନା କରି ତରବରିଆ ବାହାବା ନେଲେ ଏଭଳି ଅପଦସ୍ତ ହେବା ଥୟ।
Related Posts