ହ୍ୱାଟ୍ସଆପ୍‌ ସର୍ଭର ଡାଉନ୍‌; ମେସେଜ, ଅଡିଓ ଓ ଭିଡ଼ିଓ କଲ୍ ସେବା ଠପ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌ ଭାରତର ବିଭିନ୍ନ ସ୍ଥାନରେ କାମ କରୁ ନଥିବା ସୂଚନା ମିଳିଛି। ଏନେଇ ୟୁଜର୍ସମାନେ ଅଭିଯୋଗ କରିଛନ୍ତି। ହେଲେ ଏନେଇ ହ୍ୱାଟ୍ସଆପ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ୟୁଜର୍ସମାନେ ହ୍ୱାଟ୍ସଆପ୍‌ରେ କୌଣସି ମେସେଜ୍‌ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ହେବ ଏଭଳି ଅସୁବିଧା ଦେଖା ଦେଇଛି। ହ୍ୱାଟ୍ସଆପ୍‌ ସର୍ଭର ଡାଉନ୍‌ ଯୋଗୁ ଟେକ୍ସଟ ମେସେଜ, ଭଏସ୍ ଓ ଭିଡିଓ ମେସେଜ୍ ଇତ୍ୟାଦି ଯାଉ ନଥିବା ଦେଖିବାକୁ ମିଳିଛି ସେହିପରି ଅଡିଓ ଓ ଭିଡ଼ିଓ କଲ୍ ସେବା ମଧ୍ୟ ଠପ୍ ହୋଇଯାଇଛି।ଫଳରେ ଏହାଦ୍ୱାରା ୟୁଜର୍ସମାନେ ପ୍ରଭାବିତ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ଅପରାହ୍ଣ ୧୨ଟା ୦୭ରେ ହ୍ୱାଟ୍ସଆପ୍‌ ଡାଉନ୍‌ ଥିବା ଜଣାପଡ଼ିଥିଲା। ଯେତେବେଳେ ୟୁଜର୍ସମାନେ ମେସେଜ୍‌ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୬୯% ୟୁଜର୍ସ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ଧୀରେ ଧୀରେ ବାକି ୟୁଜର୍ସମାନେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ତେବେ କେବଳ ଭାରତ ନୁହେଁ ଇଟାଲୀ ଓ ତୁର୍କୀରେ ରହୁଥିବା ଲୋକ ମଧ୍ୟ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି।

Related Posts