ହ୍ବାଟସ ଆପ ସର୍ଭର ୨ ଘଣ୍ଟା ଡାଉନ ଘଟଣା: ମେଟାକୁ ରିପୋର୍ଟ ମାଗିଲା ଭାରତୀୟ ଆଇଟି ମନ୍ତ୍ରଣାଳୟ

ନୁଆଦିଲ୍ଲୀ : ସମଗ୍ର ଦେଶରେ ଆଜି ହ୍ବାଟସ ଆପ ସର୍ଭର ୨ ଘଣ୍ଟା ଡାଉନ ହୋଇଯାଇଥିଲା । ନା ମେସେଜ ଯାଉଥିଲା ନା ମେସେଜ ଆସୁଥିଲା । ତେବେ ଏହି ଘଟଣାକୁ ନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ମେଟା ଠାରୁ ଏକ ରିପୋର୍ଟ ମାଗିଛି। ମଙ୍ଗଳବାର ଭାରତ ସମେତ ଅନେକ ଦେଶରେ ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍‌ ସର୍ଭର ମଧ୍ୟାହ୍ନ ୧୨ ଠାରୁ ଡାଉନ ହୋଇଯାଇଥିଲା। ଫଳରେ ୟୁଜର ହ୍ବାଟସଆପ୍‌ ମାଧ୍ୟମରେ ମେସେଜ ପଠାଇବାରେ ସକ୍ଷମ ହୋଇନଥିଲେ କିମ୍ବା କୌଣସି ମେସେଜ ମଧ୍ୟ ଆସୁ ନଥିଲା।

ଅନେକ ୟୁଜର ଏହା ମଧ୍ୟ ଦାବି କରିଛନ୍ତି ଯେ ସେମାନେ ଲଗଇନ କରିବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ।

ୟୁଜରମାନେ ସେମାନଙ୍କର ପ୍ରୋଫାଇଲ ଫଟୋ ଏବଂ ସେମାନଙ୍କର ସୂଚନା ପରିବର୍ତ୍ତନ କରି ପାରି ନଥିଲେ।ଡାଉନଟାଇମ ସମୟରେ ମଧ୍ୟ ଫୋନ ନମ୍ବର ପରିବର୍ତ୍ତନ କରିବା ସମ୍ଭବ ନଥିଲା। ଚାଟ ହିଷ୍ଟ୍ରି ବ୍ୟାକଅପ କର ହୋଇ ନ ଥିଲା।

ଏହା ପରେ କମ୍ପାନୀ କହିଛି ଯେ ସେବାକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରାଯାଇଛି। ହ୍ବାଟସଆପ୍‌ ବ୍ୟତୀତ ଫେସବୁକ ଏବଂ ଇନଷ୍ଟାଗ୍ରାମର ମାଲିକ ଥିବା ମେଟାର ମୁଖପାତ୍ର କହିଛନ୍ତି ଯେ ଆମେ ଜାଣୁ ଯେ କିଛି ୟୁଜର ମେସେଜ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଯଥାଶୀଘ୍ର ସମସ୍ତଙ୍କ ପାଇଁ ହ୍ବାଟସଆପ୍‌ ପୁନରୁଦ୍ଧାର ପାଇଁ କାର୍ଯ୍ୟ ହୋଇଛି।

ଭାରତ ବ୍ୟତୀତ ପାକିସ୍ଥାନ, ଇଟାଲୀ ଏବଂ ତୁର୍କୀର ସୋସିଆଲ ମିଡିଆ ୟୁଜରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବ୍ରିଟେନରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଦୁଇ ଘଣ୍ଟାରୁ ଅଧିକ ସମୟ ଏହା ସ୍ବାଭାବିକ ଭାବେ କାର୍ଯ୍ୟ କରିଥିଲା।

Related Posts