ଯଶବନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ଆମେ ତାଙ୍କୁ ଭୋଟ ଦେବୁ: ସୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ରାଜ୍ୟର ରାଜନୀତିକ ମାହୋଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ କଂଗ୍ରେସ ଭୋଟ୍ ଦେବ ବୋଲି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଶବନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ତାଙ୍କୁ ଭୋଟ ଦେବା ପାଇଁ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ସେପଟେ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକମାନଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକ ଭେଟି ହାଇକମାଣ୍ଡଙ୍କ ନିଷ୍ପତ୍ତି ବିଷୟରେ ଅବଗତ କରିଛନ୍ତି।

କଂଗ୍ରେସର ସମସ୍ତ ବିଧାୟକ ଓ ସାଂସଦ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି। ଏହି ବୈଠକ ପରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଉପରୋକ୍ତ ସୂଚନା ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts