
ସତ୍ୟପ୍ରକାଶ ନାୟକ
ଭୁବନେଶ୍ୱର,21/05 (ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର କନ୍ନଡ଼ ଲେଖିକା ବାନୁ ମୁସ୍ତାକ ନିଜ ଷ୍ଟର୍ଟ ଷ୍ଟୋରୀ ହାର୍ଟ ଲ୍ୟାମ୍ପ (ହୃଦୟ ଦୀପ) ପାଇଁ ଅନ୍ତର୍ଜାତୀୟ ବୁକର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହା ସହିତ ଏହି ପୁସ୍ତକର ଇଂରାଜୀ ଅନୁବାଦ କରିଥିବା ଦୀପା ଭସ୍ତାଙ୍କୁ ମଧ୍ୟ ସଂଯୁକ୍ତ ରୂପରେ ପୁରସ୍କାର ପ୍ରଦାନ କରାଯାଇଛି । ବାନୁ ମୁସ୍ତାକଙ୍କ ହାର୍ଟ ଲ୍ୟାମ୍ପ (ହୃଦୟ ଦୀପ) ଏବେ ଲଣ୍ଡନର ପ୍ରସିଦ୍ଧ ଜିବିପି ୫୦ ହଜାରରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଥିବା ପ୍ରଥମ କନ୍ନଡ଼ ପୁସ୍ତକ ହୋଇଛି ।

ବୁକର ପୁରସ୍କାରରେ ସମ୍ମାନିତ ବାନୁ ଖୁସି ବ୍ୟକ୍ତି କରିଛନ୍ତି। ସେ କହିଛନ୍ତି, ଏହା ଆକାଶକୁ ଆଲୋକ ଦେଉଥିବା ତାରା ପରି ଲାଗୁଛି… କର୍ଣ୍ଣାଟକର ପ୍ରସିଦ୍ଧ ଲେଖିକା ତଥା ସମାଜସେବୀ ୭୭ ବର୍ଷୀୟ ବାନୁ ମୁସ୍ତାକ ତାଙ୍କ ଲେଖାରେ ମହିଳାଙ୍କୁ ଗୁରୁତ୍ୱ ଦେଉଥିଲେ । ତାଙ୍କ ଲେଖା ଗୁଡ଼ିକ ମହିଳା କେନ୍ଦ୍ରୀକ ଥିଲା । ହାର୍ଟ ଲ୍ୟାମ୍ପ (ହୃଦୟ ଦୀପ) ପୂର୍ବରୁ ବି ତାଙ୍କର ଅନେକ ରଚନା ପାଠକଙ୍କ ଆଦୃତ ହୋଇଛି ।
ଖାଲି ସେତିକି ନୁହେଁ ଏକାଧିକ ଥର କର୍ଣ୍ଣାଟକ ସାହିତ୍ୟ ଏକାଡ଼େମୀ ପୁରସ୍କାର ଜିତିଛନ୍ତି ବାନୁ ମୁସ୍ତାକ । ଲେଖା ବ୍ୟତୀତ ମହିଳାଙ୍କ ଅଧିକାର ପାଇଁ ସେ ସ୍ୱର ଉଠାଇଛନ୍ତି । ଭେଦଭାବ ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କର ଆଇନଗତ ପଦକ୍ଷେପ ତାଙ୍କୁ ପରିଚୟ ଦେଇଛି । ତାଙ୍କ କାହାଣୀ ଦର୍ଶାଏ ଯେ କୌଣସି ଧର୍ମ, ସମାଜ ଏବଂ ରାଜନୀତି ମହିଳାଙ୍କୁ ବିନା ପ୍ରଶ୍ନରେ ଆଜ୍ଞାକାରିତା ଦାବି କରେ । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ ତାଙ୍କ ଲେଖା ମାଧ୍ୟମରେ ଦର୍ଶାଇଥାନ୍ତି ।
ବାନୁ ମୁସ୍ତାକ କିଏ?
୧୯୪୮ ମସିହାରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିବା ବାନୁ ଜଣେ ଲେଖିକା, ଓକିଲ ଏବଂ ସାମାଜିକ କର୍ମୀ। ଇଂରାଜୀ ବ୍ୟତୀତ, ତାଙ୍କର କୃତି ଉର୍ଦ୍ଦୁ, ହିନ୍ଦୀ, ତାମିଲ ଏବଂ ମାଲାୟଲମରେ ମଧ୍ୟ ଅନୁବାଦିତ ହୋଇଛି। ମୁସ୍ତାକ, ଯିଏ ବହୁତ କମ୍ ବୟସରୁ ଲେଖାଲେଖି କରିଆସୁଛନ୍ତି, ସେ ଜଣେ ସାମ୍ବାଦିକ ମଧ୍ୟ ଥିଲେ କିନ୍ତୁ ସେ ୨୯ ବର୍ଷ ବୟସରେ ବୃତ୍ତିଗତ ଭାବରେ ତାଙ୍କର ଅଭିଜ୍ଞତା ଲେଖିବା ଆରମ୍ଭ କରିଥିଲେ। ତାଙ୍କ କାହାଣୀଗୁଡ଼ିକ ମହିଳା ଜୀବନର ବିଭିନ୍ନ ସମସ୍ୟାକୁ ସୂଚାଇଥାଏ। କାହାଣୀ ବ୍ୟତୀତ ସେ ଉପନ୍ୟାସ, ପ୍ରବନ୍ଧ ଏବଂ କବିତା ମଧ୍ୟ ଲେଖିଛନ୍ତି। ତାଙ୍କ ପୁସ୍ତକ କରୀ ନାଗାରାଗାଲୁକୁ ନେଇ ୨୦୦୩ ରେ ହସିନା ନାମକ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ୧୨ଟି କାହାଣୀର ଏକ ସଂଗ୍ରହ, ହାର୍ଟ ଲ୍ୟାମ୍ପ, ଦକ୍ଷିଣ ଭାରତରେ ପୁରୁଷତନ୍ତ୍ରର ଏକ ଶୋକଗାନ। ଦୀପା ଭସ୍ତା ୨୦୨୨ ମସିହାରୁ ଏହି କାହାଣୀଗୁଡ଼ିକୁ ଅନୁବାଦ କରିବା ଆରମ୍ଭ କରିଥିଲେ। ଏହି ପୁସ୍ତକରେ ୧୯୯୦ ରୁ ୨୦୨୩ ପର୍ଯ୍ୟନ୍ତ ଲେଖାଯାଇଥିବା କାହାଣୀଗୁଡ଼ିକର ଏକ ସଂଗ୍ରହ ରହିଛି। ମୋଟାମୋଟି ଭାବରେ, ପୁସ୍ତକଟି ୩୦ ବର୍ଷରୁ ଅଧିକ ସମୟ ଧରି ଲେଖାଯାଇଥିଲା।