କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ?, ନାମ ସୁପାରିଶ କରିବାକୁ ସିଜେଆଇଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଦେଶର ଆଗାମୀ ପ୍ରଧାନ ବିଚାରପତି କିଏ ହେବେ ସେନେଇ ନାମ ସୁପାରିଶ କରିବାକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ବୁଧବାର ରାତି ୯ଟା ୩୦ ରେ ଏହି ଚିଠି ଗ୍ରହଣ କରାଯାଇଛି ବୋଲି ସୁପ୍ରିମକୋର୍ଟର ଅଧିକାରୀ କହିଛନ୍ତି। ତେବେ ଜଷ୍ଟିସ ରମନା ଆସନ୍ତା ଅଗଷ୍ଟ ୨୬ ରେ ଅବସର ନେବେ।ପରମ୍ପରା ଅନୁଯାୟୀ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ ଦେଶର ଆଗାମୀ ପ୍ରଧାନ ବିଚାରପତି ହୋଇପାରନ୍ତି। ଏମଓପି (ବିଚାରପତିଙ୍କ ନିଯୁକ୍ତି ପାଇଁ ମେମୋରେଣ୍ଡମ ଅଫ ପ୍ରୋସିଜୋର୍‌) ଅନୁଯାୟୀ ପ୍ରଧାନ ବିଚାରପତିଙ୍କ ପକ୍ଷରୁଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏକ ସୁପାରିଶ ପଠାଇବାକୁ ପଡିଥାଏ।

ଯଦି ଜଷ୍ଟିସ ଲଲିତ ପ୍ରଧାନ ବିଚାରପତି ହୁଅନ୍ତି, ତାଙ୍କର କାର୍ଯ୍ୟକାଳ ପ୍ରାୟ ତିନିମାସ ହେବ। ଜଷ୍ଟିସ ଲଲିତ ଜଣେ ଆଇନଜୀବୀରୁ ସିଧାସଳଖ ସୁପ୍ରିମକୋର୍ଟରେ ବିଚାରପତି ହୋଇଛନ୍ତି। ଜଷ୍ଟିସ ଲଲିତଙ୍କ ପରବର୍ତ୍ତୀ ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ସେ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁ.ଭି ଚନ୍ଦ୍ରଚୂଡଙ୍କ ପୁଅ।

Related Posts