ଶିବସେନା କାହାର ?, ସେପ୍ଟେମ୍ବର ୨୭ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜୁନ ମାସରେ ମହାରାଷ୍ଟ୍ରରେ ଉଦ୍ଧବ ସରକାର ଭାଙ୍ଗିବା ପାରେ ଶିବସେନା ଦୁଇ ଭାଗରେ ଭାଗ ହୋଇଯାଇଛି। ମହାରାଷ୍ଟ୍ରରେ ଏକନାଥ ଶିନ୍ଦେଙ୍କ କ୍ଷମତା ଦଖଲ ପରେ ଶିବସେନା କାହାର ସେନେଇ ସଂଗ୍ରାମ ଜାରି ରହିଛି। ଏହି ମାମଲା ନିର୍ବାଚନ ଆୟୋଗଙ୍କ ଅଧୀନରେ ରହିଛି। କିନ୍ତୁ ପ୍ରକୃତ ଶିବସେନାର ପ୍ରଶ୍ନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେପ୍ଟେମ୍ବର ୨୭ରେ ଏହା ଉପରେ ଅଧିକ ବିଚାର କରାଯିବ ବୋଲି ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଥିବା ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରିଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ଉଭୟ ପକ୍ଷଙ୍କଠାରୁ ଉତ୍ତର ଲୋଡିଛନ୍ତି। ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ସଂକ୍ଷିପ୍ତ ଶୁଣାଣି କରିଥିଲେ। ଏହା ପରେ ଅଦାଲତ କହିଛନ୍ତି ଯେ ଶିବସେନା ଉଦ୍ଧବ ଠାକରେଙ୍କ ଦଳ ଅବା ଶିନ୍ଦେଙ୍କ ଗୋଷ୍ଠୀଙ୍କର ଏହାର ବିଚାର ନିର୍ବାଚନ ଆୟୋଗ ନିଷ୍ପତି ନେବା ଉଚିତ କି ନାହିଁ ତାହା ନିର୍ଣ୍ଣୟ କରାଯିବ।

ଦଳର ଅଧିକାଂଶ ସାଂସଦ ଓ ବିଧାୟକଙ୍କ ସମର୍ଥନ ଥିବାରୁ ଦଳର ନିର୍ବାଚନ ପ୍ରତୀକ ଧନୁ ଏବଂ ତୀର ପାଇବା ଶିନ୍ଦେ ଗୋଷ୍ଠୀଙ୍କୁ ମିଳିବା ଉଚିତ ବୋଲି ନିର୍ବାଚନ ଆୟୋଗକୁ ଅନୁରୋଧ କରାଯାଇଛି। ତେବେ ଏନେଇ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ସେପ୍ଟେମ୍ବର ୨୭ରେ ଏନେଇ ସୁପ୍ରିମକୋର୍ଟ ଶୁଣାଣି କରିବା ପରେ ଦଳର ପ୍ରକୃତ ଉତ୍ତରାଧିକାରୀ କିଏ ତାହା ସ୍ପଷ୍ଟ ହୋଇଯିବ।

Related Posts