ଆଗେ ଟିକେଟ କଟିଥିଲା ଏବେ ଡେଣା କଟିଲା

ସତ୍ୟପାଠ ବ୍ୟୁରୋ : ଓଡିଶା ରାଜନୀତିରେ ଖୁବ କମ ନେତା ଅଛନ୍ତି ଯିଏ ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ଗୁଡବୁକରେ ସ୍ଥାନ ପାଇଛନ୍ତି । ଅବଶ୍ୟ ଏହା ସ୍ଥଳ ବିଶେଷରେ ବିଜେଡି ନେତାଙ୍କ ପାଇଁ ଲାଗୁ କରାଯାଇ ପାରେ । ଯେଉଁମାନେ ଦଳରେ ଅଛନ୍ତି ବା ଯେଉଁମାନେ ଦଳ ଛାଡି ଯାଇଛନ୍ତି ସେମାନଙ୍କ ଭିତରେ କମ ଚେହେରା ନବୀନ ନିବାସର କରିଡର ଡେଇଁଥିବ । ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟକ ଦେବାଶୀଷ ନାୟକ ସେମିତି ଜଣେ ନେତା ଯିଏ ନବୀନ ବାବୁଙ୍କ ଗୁଡବୁକରେ ସ୍ଥାନ ପାଇଥିଲେ । ହେଲେ ଏବେ କଣ ହୋଇଛି କେଜାଣି, ଦେବାଶୀଷଙ୍କ ଉପରେ ନବୀନ ବାବୁ ପୁରା ଖପ୍ପା ।

ଆଗେ ଟିକଟ ଦେଲେନି । ବରୀ ପାଇଁ ଦେବାଶୀଷ ଦାବିଦାର ହୋଇ ବି ତାଙ୍କୁ ଟିକଟ ନଦେଇ ବିଜେପିରୁ ଆସିଥିବା ଜଣେ ନବାଗତଙ୍କୁ ଟିକଟ ଦେଇଥିଲେ ନବୀନ । ବିଗତ କିଛିଦିନ ଧରି ଦେବାଶୀଷଙ୍କୁ ଦଳରେ ଗୁରୁତ୍ୱ ଦେବା ଭଳି ଅନୁଭବ ହେଉନଥିଲା । ଟିକଟ ନଦେବା ପରେ ତାଙ୍କୁ ଏକ ଘରିକିଆ କରାଗଲା ବୋଲି ବି କୁହାଗଲା । ଏବେ ଦେବାଶୀଷଙ୍କ ଡାହାଣ ହାତ କୁହାଯାଉଥିବା ବରୀ ବ୍ଲକ ବିଜେଡି ସଭାପତି ସେକ୍ ସରିଫ୍ ଉଦ୍ଦିନ୍ ଓରଫ ଟାଲିଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ସଭାପତି ନବୀନ ବାବୁ । ଟାଲିଙ୍କ ନିଲମ୍ବନ ପରେ ଉଭୟ ବରୀ ଓ ବିଜେଡିରେ ଦେବାଶୀଷଙ୍କ ଡେଣା କଟିଥିବା କୁହାଯାଇପାରେ ।

Related Posts