ମଦ ବ୍ଯବସାୟୀଙ୍କ ପ୍ରତି ଓଡିଶା ସରକାରଙ୍କ ଏତେ ଦରଦ କାହିଁକି : ନିରଞ୍ଜନ ପଟ୍ଟନାୟକ

 (ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର:   ମଦ ବ୍ୟବସାୟୀଙ୍କ ଲାଇସେନ୍ସ ଓ ଫି ଛାଡ ନେଇ ଗତ କାଲି ରାଜ୍ୟ କ୍ୟାବିନେଟ  ନେଇଥିବା ନିଷ୍ପତିକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କଡା ଭାଷାରେ ସମାଲୋଚନା କରିଛନ୍ତି । ଏକ ପ୍ରେସ୍ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି ,  ସରକାର ୨୦୨୦ ଜୁନ୍ ମାସରୁ ୨୦୨୦ ଡେିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ ଫି ଛାଡ କରିବା ପାଇଁ ନିଷ୍ପତି ନେଲେ । କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ରାଜ୍ୟର ମଦ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ କି? କୌଣସି କ୍ୟାବିନେଟ ମନ୍ତ୍ରୀ ସରକାରଙ୍କୁ ଏପରି ନକରିବାକୁ ପରାମର୍ଶ ଦେଲେ ନାହିଁ ।କିପରି ତାହା ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ବହୁ ଅନ୍ୟ ବ୍ୟବସାୟୀ ମାନେ ସେମାନଙ୍କ ସ୍ୱଳ୍ପ ଆୟକାରୀ ବ୍ୟବସାୟ କରୁଛନ୍ତି ।କରୋନା  ମହାମାରୀ ଯୋଗୁଁ ଜାରି ଲକଡାଉନ କଟକଣା  ସ୍ଥିତିରେ ସେମାନଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହୋଇଛି । ଅଥଚ ସେମାନଙ୍କୁ କୌଣସି ସାହାର୍ଯ୍ୟ କରିବାକୁ  ସରକାର ଇଛା କଲେ ନାହିଁ । କେବଳ ମଦ ବ୍ୟବସାୟୀଙ୍କ ପାଇଁ ଏପରି ନିଷ୍ପତି ନିଆଗଲା । ଯେପରି ତେଲିଆ ମୁଣ୍ଡରେ ତେଲ ଦେବା ସଦୃଶ ।ଯେବେଠାରୁ କରୋନା ମହାମାରୀ ଦେଖା ଦେଇଛି ପେଟ୍ରଲ, ଡିଜେଲ ,ରନ୍ଧନ ଗ୍ୟାସ ,ଡାଲି ଓ ଖାଇବା ତେଲର ଦର ଆଜିକୁ ଦେଢ ବର୍ଷ ହେଲାଣି ବଢିଚାଲିଛି । ଗରିବ ମଧ୍ୟବିତ୍ତ ଲେକମାନେ ମହଙ୍ଗା ମାଡରେ ସନ୍ତୁଳି ଗଲେଣି । ଅଥଚ ସରକାର ଏସବୁ ଦୃଷ୍ଟି ଦେଲେ ନାହିଁ  ସିଧାସିଧା କୋଟି କୋଟି ଅର୍ଜନ କରୁଥିବା ମଦବ୍ୟବସାୟୀମାନଙ୍କୁ  ଆର୍ଥୀକ ସୁରକ୍ଷା ଦେବା ପାଇଁ ସରକାର ଫି ଛାଡର ନିଷ୍ପତି ନେଇଗଲେ । ବୋଧ ହୁଏ ଦେଶର ଗଣତନ୍ତ୍ର ଇତିହାସରେ ଏପରି ପ୍ରଥମ ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଛନ୍ତି । ଏହା ଆମ ଶାସନ ବ୍ୟବସ୍ଥାକୁ କେଉଁ ସ୍ଥରକୁ ନେଇଯାଉଛି  ତାକୁ ରାଜ୍ୟବାସୀ  ବିଚାର କରିବା ଉଚିତ୍ ।
ରାଜ୍ୟ  ସରକାର ସମ୍ଭିଧାନରେ ଅହିଂସା ଶଦ୍ଦକୁ ଯୋଡିବା ପାଇଁ ରାଜ୍ୟସାରା ଡିଣ୍ଡିମ ପଟୁଛନ୍ତି  । ଏ ନେଇ ବିଧାନ ସଭାରେ ସଂକଳ୍ପ ପାରିତ କରାଇଛନ୍ତି । ଲାଇସେନ୍ସ ଫି ଛାଡ କରିବା ମହତ୍ମା ଗାନ୍ଧୀଙ୍କର କେଇଁ ନୀତି ଆଦର୍ଶକୁ ଦର୍ଶାଉଛି ? ଯଦି ବାସ୍ଥବରେ ରାଜ୍ୟବାସୀଙ୍କ ମଙ୍ଗଳ ହେଉ ବୋଲି ସରକାର ଚାହୁଁଛନ୍ତି  ତାହା ହେଲେ ପେଟ୍ରଲ, ଡିଜେଲ ,ରନ୍ଧନ ଗ୍ୟାସ  ଉପରୁ ବର୍ଦ୍ଧିତ ଭାଟକୁ ହ୍ରାସ କରି ଖାଦ୍ୟପଦାର୍ଥର ଦର ଦାମକୁ ନିୟନ୍ତ୍ରଣ କରନ୍ତୁ । ଏଥି ସହିତ କେଭିଡ ଟିକା କରଣ କେିପରି ଅଧିକରୁ ଅଧିକ  ହୋଇପାରିବ ସେ ବାବଦରେ ଏକ ସର୍ବଦଳୀୟ ବୈଠକ ଡାକି ଦୃଢ ନିଷ୍ପତି ନିଆଯାଉ । ରାଜ୍ୟରେ ଜନସାଧାରଣଙ୍କୁ ରକ୍ଷା କରିବା  ଦିଗରେ ପତ୍ୟେକ ପ୍ରୟାସକୁ ରାଜ୍ୟ କଂଗ୍ରେସ ଦୃଢ ଭାବରେ ସମର୍ଥନ କରୁଛି ଓ ଆଗକୁ କରିବ ବୋଲି  ସେ କହିଛନ୍ତି ।

Related Posts