ବିରୋଧୀ ମାନେ କାହିଁକି ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବେ ? : ଆରସିପି ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିରୋଧୀ ମାନେ କାହିଁକି ନୀତିଶ କୁମାରଙ୍କୁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଗ୍ରହଣ କରିବେ ? କିଛି ଏଭଳି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଜେଡିୟୁ ନେତା ଆରସିପି ସିଂହ। ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ନୀତିଶଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ” ନୀତିଶ କେବେ କୌଣସି ଅନ୍ୟ ରାଜ୍ୟ ପାଇଁ କିଛି କରିଛନ୍ତି କି? ସେ କେବେ ଅନ୍ୟ କୌଣସି ବିରୋଧୀ ନେତାଙ୍କ ସହ ସୁସମ୍ପର୍କ ରଖିଛନ୍ତି କି? ନୀତିଶଙ୍କର ରାଷ୍ଟ୍ରୀୟ ରାଜନୀତିରେ କୌଣସି ଅସ୍ତିତ୍ବ ନାହିଁ । କାହିଁକି ବିରୋଧୀ ମାନେ ତାଙ୍କୁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଗ୍ରହଣ କରିବେ ? ବିପକ୍ଷ ରେ ଆହୁରି ଅନେକ ଯୋଗ୍ୟ ନେତା ଏହି ପଦ ପାଇଁ ଅଛନ୍ତି।” ବୋଲି ସେ କହିଛନ୍ତି ।

ନୀତିଶଙ୍କ ଦିଲ୍ଲୀ ଗସ୍ତ ଓ ବିରୋଧୀଙ୍କୁ ବିଜେପି ବିପକ୍ଷରେ ଏକଜୁଟ କରିବାକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, “ଦିଲ୍ଲୀ ଯିବା ପାଇଁ ବିହାର ଲୋକ ମାନେ ନୀତିଶଙ୍କୁ ଭୋଟ ଦେଇ ନାହାନ୍ତି। ସେ ବିହାର ର କୌଣସି ଉନ୍ନତି କରିବାକୁ ଚାହାନ୍ତି ନାହିଁ। ଏବେ ସେ କେବଳ ପ୍ରଧାନମନ୍ତ୍ରୀ ହେବାପାଇଁ ସ୍ବପ୍ନ ଦେଖୁଛନ୍ତି ଓ ଦିଲ୍ଲୀ ଆସି ଟାଇମ୍ ପାସ୍ କରୁଛନ୍ତି ବୋଲି ସେ କହିଛନ୍ତି।”

Related Posts