୫୯ ବର୍ଷ ବୟସରେ ବିବାହ କଲେ ଲାଲୁ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବିଚାରପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୫୯ ବର୍ଷ ବୟସରେ ବିବାହ କରିଛନ୍ତି ବିହାରର ପୂର୍ବତନ ସ୍ବତନ୍ତ୍ର ସିବିଆଇ ବିଚାରପତି ଶିବ ପାଲ୍‌ ସିଂହ । ତେବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇ ସେ ପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ। ନିଜଠାରୁ ୯ ବର୍ଷ ସାନ ଜଣେ ଆଇନଜୀବୀ ତଥା ବିଜେପି ନେତ୍ରୀ ନୂତନ ତିୱାରୀଙ୍କୁ ସେ ବିବାହ କରିଛନ୍ତି।ଜଷ୍ଟିସ ସିଂହ ବର୍ତ୍ତମାନ ଗୋଡ୍ଡା ଜିଲ୍ଲା କୋର୍ଟରେ ଅତିରିକ୍ତ ଜିଲ୍ଲା ବିଚାରପତି ଅଛନ୍ତି।

ଗତ କିଛି ଦିନ ତଳେ ତିୱାରୀ ଏବଂ ସିଂହ ବିବାହ କରିଥିଲେ। ବିଚାରପତି ସିଂହଙ୍କ ପତ୍ନୀଙ୍କ ୨୦୦୬ରେ ମୃତ୍ୟୁ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ସେହିପରି ବିଜେପି ନେତ୍ରୀ ନୂତନ ମଧ୍ୟ କିଛି ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ନିଜ ସ୍ବାମୀଙ୍କୁ ହରାଇଥିଲେ। ତାଙ୍କର ମଧ୍ୟ ଗୋଟିଏ ଝିଅ ଅଛି। ଉଭୟଙ୍କ ପରିବାର ସଦସ୍ୟ ବିବାହ ପାଇଁ ଅନୁମତି ଦେବାପରେ ସେମାନେ ବିବାହ କରିଛନ୍ତି। ସେମାନଙ୍କ ବିବାହ ଝାଡ଼ଖଣ୍ଡ ଏବଂ ବିହାରରେ ଏକ ଚର୍ଚ୍ଚିତ ବିଷୟ ପାଲଟିଛି।

Related Posts