
(ସତ୍ଯପାଠ ବ୍ୟୁରୋ)ଭୁବନେଶ୍ବର ; କୋରନା ମହାମାରୀ ଚିକିତ୍ସାରେ ଏଲୋପାଥି ଔଷଧର ପ୍ରତିକୂଳ ଭୂମିକା ରହିଛି ବୋଲି ନିକଟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ଯୋଗଗୁରୁ ବାବା ରାମ ଦେବ ପୁଣି ଏକ ବିବାଦ ସୃଷ୍ଟି କରିଛନ୍ତି । ବର୍ଷକ ଭିତରେ ହଜାର ଏଲୋପାଥି ଡାକ୍ତରଙ୍କୁ ଆୟୁର୍ବେଦୀରେ ପରିଣତ କରାଇବାକୁ ସେ ଲକ୍ଷ୍ୟ ଧାର୍ଯ୍ୟ କିରିଛନ୍ତି ବୋଲି ହରିଦ୍ୱାର ସ୍ଥିତ ନିଜର ଯୋଗ ଗ୍ରାମ କେନ୍ଦ୍ର ଠାରେ ରାମଦେବ ଦୃଢୋକ୍ତି ପ୍ରକାଶ କରିଛନ୍ତ । ଦେଶର ବିଭନ୍ନ ପ୍ରାନ୍ତରୁ ସେଠାରେ ଯୋଗାଭ୍ୟାାସ କରିବାକୁ ପହଁଞ୍ଚିଥିବା ଅଂଶଗ୍ରହଣକାରୀଙ୍କୁ ଉଦ୍ୱବୋଧନ ଦେଇ ସେ କହିଥିଲେ ଏମବିବିଏସ୍ ଓ ଏମଡି ଡିଗ୍ରୀଧାରୀ ଅନେକ ଏଲାପାଥି ଡାକ୍ତର ତାଙ୍କ ଦ୍ୱାରା ଆୟୋଜିତ ଯୋଗଶିବିର ଗୁଡିକରେ ସାମିଲ ହୋଇ ଆସୁଛନ୍ତି । ସେହିପରି ଏଲୋପାଥି ଔଷଧର ପାଶ୍ୱର୍ ପ୍ରତିକ୍ରୟାର ସମ୍ମୁଖୀନ୍ନ ହୋଇଥିବା ଅନେକ ଡାକ୍ତର ମଧ୍ୟ ଯୋଗ ଓ ଆୟୁର୍ବେଦୀ ପାଇଁ ମନୋବଳାଉଛନ୍ତି । ଏପରିକି ଅନେକ ସେମାନଙ୍କ ସରକାରୀ ସେବାରୁ ସ୍ୱେଛାକୃତ ଅବସର ନେଇଛନ୍ତି ।ତେଣୁ ଏ ପରିସ୍ଥିତିରେ ଏଭଳି ହାଜର ସଂଖ୍ୟକ ଏଲୋପାଥି ଡାକ୍ତରଙ୍କୁ ଆସନ୍ତା ବର୍ଷକ ଭିତରେ ଆୟୁର୍ବେଦୀ ବା ପ୍ରାକୃତିକ ଚିକିତ୍ସାକୁ ବଦାଳାଇବେ ବୋଲି ବାବା କହିଛନ୍ତି ।