
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିଜେପିକୁ ବେଙ୍ଗଲରେ ଶୋଚନୀୟ ଭାବେ ପରାସ୍ତ କରିବା ପରେ ମମତା ବାନାର୍ଜୀଙ୍କ ଲକ୍ଷ୍ୟ ଏବେ କେନ୍ଦ୍ରରୁ ମୋଦୀ ସରକାରଙ୍କୁ ହଟାଇବା । ଆଉ ଏଥିପାଇଁ ସେ ବିଭିନ୍ନ ବିରୋଧୀ ଦଳର ନେତା ମାନଙ୍କ ସହ ସମ୍ପର୍କରେ ମଧ୍ୟ ଅଛନ୍ତି। ନିକଟରେ ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଆସି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ,ଅରବିନ୍ଦ କେଜରିୱାଲ ଏବଂ ଅନ୍ୟ ବିରୋଧୀ ଦଳର ନେତା ମାନଙ୍କୁ ଭେଟି ଆଲୋଚନା କରିଥିଲେ। ତେବେ ଟିଏମସିର ସବୁଠାରୁ ବଡ଼ ବିରୋଧୀ ଥିଲା ବାମପନ୍ଥୀ। ପୂର୍ବରୁ ଏହି ଲେଫ୍ଟ ସରକାରକୁ ବିରୋଧ କରି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ସେଠାରେ ଲେଫ୍ଟ ଆଉ ପୂର୍ବ ଭଳି ମୁଖ୍ୟ ବିରୋଧୀ ଦଳ ହୋଇ ନାହିଁ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମସି ଏବଂ ବାମ ଦଳ ମଧ୍ୟରେ ସମ୍ପର୍କ ସୁଧୁରୁଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ନିକଟରେ ସିପିଆଇ (ଏମ୍) ପରେ ବାମପନ୍ଥୀ ସହଯୋଗୀ ସିପିଆଇ ମଧ୍ୟ ସଙ୍କେତ ଦେଇଛି ଯେ ସେ ସେହି ଦଳକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି ଯିଏ ବିଜେପିକୁ ପରାସ୍ତ କରିପାରିବ। ପଶ୍ଚିମବଙ୍ଗର ଜଣେ ବରିଷ୍ଠ ନେତା ଏଭଳି ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗ ବାମପନ୍ଥୀ ଅଧ୍ୟକ୍ଷ ତଥା ସିପିଆଇ (ଏମ୍) ପଲିଟବ୍ଯୁରୋ ସଦସ୍ୟ ବିମନ୍ ବୋଷ ଘୋଷଣା କରିଛନ୍ତି ଯେ ଜାତୀୟ ସ୍ତରରେ ବିଜେପି ସହ ଲଢିବା ପାଇଁ ତୃଣମୂଳ କଂଗ୍ରେସ ସହ ହାତ ମିଳାଇବାକୁ ବାମ ଦଳ ପ୍ରସ୍ତୁତ ଅଛି ବୋଲି ଘୋଷଣା କରିବା ପରେ ସିପିଆଇର ଆଭିମୁଖ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
ସିପିଆଇର ରାଜ୍ୟ ସଚିବ ସ୍ୱପନ୍ ବାନାର୍ଜୀ କହିଛନ୍ତି, “ଆମର କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ୱ ଗତ ଥର ପାର୍ଟି ସମ୍ମିଳନୀରେ କହିଥିଲେ ଯେ ସିପିଆଇ ଏମିତି କୌଣସି ଦଳ କିମ୍ବା ଗଠଵନ୍ଧନକୁ ସମର୍ଥନ କରିବ, ଯେଉଁ ଦଳ ବିଜେପିକୁ କ୍ଷମତାରୁ ବହିଷ୍କାର କରିବାକୁ ଚାହୁଁଛି। ଯଦି ଏଥିପାଇଁ କଂଗ୍ରେସ କିମ୍ବା ଟିଏମସି ପରି କୌଣସି ଆଞ୍ଚଳିକ ଦଳ ସହ ହାତ ମିଳାଇବାକୁ ପଡିବ ତେବେ ତାଙ୍କ ଦଳ ଏଥିପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।
” ଜାତୀୟ ସ୍ତରରେ ଟିଏମସି ସହ ହାତ ମିଳାଇବା ଅର୍ଥ ନୁହେଁ ଯେ ଆମେ ରାଜ୍ୟ ସ୍ତରରେ ଆମର ଲଢେଇ ବନ୍ଦ କରିଦେବୁ । କିନ୍ତୁ ଆମକୁ ସ୍ୱୀକାର କରିବାକୁ ହେବ ଯେ ସାମ୍ପ୍ରତିକ ପରିସ୍ଥିତିରେ ଦେଶ ପାଇଁ ସବୁଠାରୁ ବଡ ବିପଦ ହେଉଛି ବିଜେପି। ଟିଏମସି ଏବଂ ବିଜେପି ଉଭୟ ତାଙ୍କ ଆଦର୍ଶର ଶତ୍ରୁ।
ତେବେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ନିର୍ବାଚନରେ ଉଭୟ ବାମପନ୍ଥୀ ଏବଂ କଂଗ୍ରେସ ଖାତା ଖୋଲି ପାରି ନଥିଲେ, ତେଣୁ ଆଇଏସ୍ଏଫ୍ କେବଳ ଗୋଟିଏ ସିଟ୍ ପାଇଲା। ପରେ, ଆଇଏସ୍ଏଫ୍ ଏବଂ ସିପିଆଇ, ଫରୱାର୍ଡ ବ୍ଲକ୍, ଆରଏସପି ସିପିଆଇ (ଏମ୍) ର ନିଷ୍ପତ୍ତିକୁ ଭୁଲ ବୋଲି କହି ବାମ ଦଳର ମତଭେଦ ହୋଇଥିଲା।