ଆତ୍ମସମର୍ପଣ କରିବେ ନାହିଁ; ୟୁକ୍ରେନରେ ହିଁ ରହିବେ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ଓ ରୁଷ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଲାଗିରହିଛି । ଏହି ଯୁଦ୍ଧରେ ଉଭୟ ଦେଶର ଅନେକ ସୈନିକ ପ୍ରାଣ ହରାଉଛନ୍ତି । ସେପଟେ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି । କାହିଁକିନା ଯୁଦ୍ଧ ହେବା ଫଳରେ ବିଶ୍ୱର ଅର୍ଥନୀତିରେ ବେଶ ଫରକ ପଡ଼ୁଛି । ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ରାଜଧାନୀ କିବରୁ ଏକ ଭିଡିଓ ଜାରି କରିଛନ୍ତି। ତେବେ ଜେଲେନସ୍କି ଗୁଜବ ପ୍ରତି ଧ୍ୟାନ ନଦେବାକୁ ନାଗରିକମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସେ ୟୁକ୍ରେନ ଛାଡି ନାହାଁନ୍ତି। କିମ୍ବା ସେନାବାହିନୀ ସମର୍ପଣ କରିବାକୁ ସେ କୌଣସି ଆଦେଶ ଦେଉନାହାଁନ୍ତି । ଏହାପୂର୍ବରୁ, ଜେଲେନସ୍କି ରାଜଧାନୀ କିବରେ ଅଛନ୍ତି ବୋଲି ଏକ ଭିଡିଓ ବର୍ତ୍ତା ସାହାଯ୍ୟରେ ସୂଚନା ଦେଇଥିଲେ । ଭିଡିଓରେ, ଜେଲେନସ୍କି ୟୁକ୍ରେନ ନେତୃତ୍ୱ ଏବଂ ସଂସଦରେ ରହିବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ୟୁକ୍ରେନର ରାଜଧାନୀ କିବରେ ରୁଷର ଆକ୍ରମଣ ବନ୍ଦ ହେଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଅଣ୍ଡରଗ୍ରାଉଣ୍ଡ ଆଶ୍ରୟସ୍ଥଳରେ ବହୁ ସଂଖ୍ୟକ ଲୋକ ଭୟଭୀତ ଅବସ୍ଥାରେ ବସିଛନ୍ତି ।

ଏହି ସମୟରେ, ୟୁକ୍ରେନର ରାଷ୍ଟ୍ରପତି ଯୁଦ୍ଧ ଛାଡି ଦେଶ ଛାଡି ପଳାଇଥିବାର ଖବର ଆସିଥିଲା। ଏହି ଭିଡିଓ ରିଲିଜ୍ କରି ଜେଲେନସ୍କି ଏଭଳି ଖବରକୁ ଗୁଜବ ବୋଲି କହିଛନ୍ତି। ଯୁଦ୍ଧ ଆରମ୍ଭରୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହା ହେଉଛି ଦ୍ୱିତୀୟ ଭିଡିଓ। ଏହାପୂର୍ବରୁ, ଜେଲେନସ୍କି ଏକ ଭିଡିଓ ରିଲିଜ୍ କରି ଏକ ଭାବପ୍ରବଣ ଆବେଦନ କରିଥିଲେ । ଜେଲେନସ୍କି କହିଛନ୍ତି ଯେ ମୁଁ, ମୋ ପରିବାର ଏବଂ ମୋର ପିଲାମାନେ ସମସ୍ତେ ୟୁକ୍ରେନରେ ଅଛନ୍ତି। ସେମାନେ ଦେଶଦ୍ରୋହୀ ନୁହଁନ୍ତି, ସେମାନେ ୟୁକ୍ରେନର ନାଗରିକ । ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ ମୁଁ ଜାଣିବାକୁ ପାଇଛି ଯେ ମୁଁ ରୁଷର ପ୍ରଥମ ଟାର୍ଗେଟ୍ ହୋଇଥିବାବେଳେ ମୋ ପରିବାର ସେମାନଙ୍କର ଦ୍ୱିତୀୟ ଟାର୍ଗେଟ୍ । ଜେଲେନସ୍କି କହିଛନ୍ତି ଯେ ରୁଷ ୟୁକ୍ରେନକୁ ରାଜନୈତିକ ଦୃଷ୍ଟିରୁ ଧ୍ୱଂସ କରିବାକୁ ଚାହୁଁଛି। ସମ୍ପ୍ରତି ରୁଷ ୟୁକ୍ରେନର ରାଜଧାନୀ କିବକୁ ଘେରି ରହିବାକୁ ଚେଷ୍ଟା କରୁଛି।

ସେପଟେ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବାର୍ତ୍ତା ଦେଇଥିଲେ । ତେବେ ଆମର ରଣନୀତି ଏବଂ ଉଦ୍ଦେଶ୍ୟ ବହୁତ ସ୍ପଷ୍ଟ । ଆମେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହୁଁ । ସେଥିପାଇଁ ୟୁକ୍ରେନ ସେନା ତୁରନ୍ତ ଆତ୍ମସମର୍ପଣ କରିବା ଉଚିତ୍ । ୟୁକ୍ରେନର ସମସ୍ତ ଲୋକଙ୍କୁ ସେଠାରେ ସରକାର ବନ୍ଧକ ରଖିଛନ୍ତି। ଭୋଲୋଡିମିର ଜେଲେନସ୍କିଙ୍କ ସରକାର ନିଶା ସେବକ ତଥା ନାଜିମାନଙ୍କ ଏକ ଗ୍ୟାଙ୍ଗ। ୟୁକ୍ରେନ ସୈନ୍ୟନ୍ୟବାହିନୀ ସେଠାରେ ସରକାରକୁ ହଟାଇ ନିଜ ହାତରେ କ୍ଷମତା ନେବା ଉଚିତ୍ ବୋଲି ରୁଷ ରାଷ୍ଟ୍ରପତି ପୁଟିନ କହିଥିଲେ ।

Related Posts