ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ବଢୁଛି ଶୀତ; ୭ଟି ସ୍ଥାନର ପାରଦ ୧୦ ଡିଗ୍ରି ତଳେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ବଢିଛି ଶୀତ। ବର୍ତ୍ତମାନ ରାଜ୍ୟରେ ଶୀତ ପ୍ରକୋପ ମଧ୍ୟମ ଧରଣର ରହିଛି। ଆଜି ରାଜ୍ୟର ୨୨ଟି ସହରରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଏଥି ମଧ୍ୟରେ ୭ଟି ସ୍ଥାନର ପାରଦ ୧୦ ଡିଗ୍ରି ତଳକୁ ଖସି ଆସିଛି। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୭.୫ ଡିଗ୍ରୀ, କିରେଇରେ ୮.୨ ଡିଗ୍ରୀ, ଚିପିଲିମାରେ ୯.୨ ଡିଗ୍ରୀ, ଝାରସୁଗୁଡ଼ାରେ ୯.୬ ଡିଗ୍ରୀ, ଭବାନୀପାଟଣାରେ ୯.୬ ଡିଗ୍ରୀ, ରାଣୀତାଲରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦ ଡିଗ୍ରୀ, ସୁନ୍ଦରଗଡ଼ରେ ୧୦ ଡିଗ୍ରୀ, କୋରାପୁଟରେ ୧୦ ଡିଗ୍ରୀ ରେକର୍ଡ ହୋଇଛି।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ମାଣ୍ଡସ୍ ପ୍ରଭାବରେ ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଓ ନବରଙ୍ଗପୁରର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

Related Posts