ମାତ୍ର ୪୮ ଘଣ୍ଟାରେ ନୋଇଡା ଠାରେ ଇଟାଲୀ ଅକ୍ସିଜେନ୍ ପ୍ଲାଣ୍ଟ ଛିଡା କରିଦେଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ ଇଟାଲୀର ରାଷ୍ଟ୍ରଦୂତ ଭିନ୍ସେଞ୍ଜୋ ଦେ ଲୁକା ଗୁରୁବାର ଦିନ ଏକ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିଛନ୍ତି। ଗ୍ରେଟର ନୋଏଡା ସ୍ଥିତ ITBP ରେଫରାଲରେ ଇଟାଲୀ ସହାୟତାରେ ଏହି ପ୍ଲାଣ୍ଟ ସ୍ଥାପନ କରାଯାଇଛି ।  ତେବେ ଉଲ୍ଲେଖନୀୟ କଥା ହେଉଛି ମାତ୍ର 48 ଘଣ୍ଟା ମଧ୍ୟରେ ଏହି ପ୍ଲାଣ୍ଟକୁ ସ୍ଥାପନ କରାଯାଇଛି। ଏହି ପ୍ଲାଣ୍ଟ ଗୋଟିଏ ସମୟରେ 100 ରୁ ଅଧିକ ବେଡ୍ ପାଇଁ ଅମ୍ଳଜାନ ଯୋଗାଇବ । ଏବଂ ଏହା ଦ୍ବାରା ଅନେକ କରୋନା ରୋଗୀ ଉପକୃତ ହେବେ। ଏହି ଅବସରରେ ଇଟାଲୀ ରାଷ୍ଟ୍ରଦୂତ କହିଛନ୍ତି ଯେ ମହାମାରୀ ବିରୋଧରେ ଲଢେଇରେ ଇଟାଲୀ ଭାରତ ସହ ଛିଡା ହୋଇଛି।  2020 ରେ ଯେତେବେଳେ 17 ଜଣ ଇଟାଲୀ ପର୍ଯ୍ୟଟକ କୋଭିଡ-ପଜିଟିଭ ଚିହ୍ନଟ ହୋଇଥିଲେ ସେତେବେଳେ ITBP ଦ୍ବାରା ଦିଆଯାଇଥିବା ସହାୟତାକୁ ସେ ମନେ ପକାଇଛନ୍ତି।  ଆଇଟିବିପି ଅତିରିକ୍ତ ଡିଜି ମନୋଜ ସିଂ ରାୱତ , ଆଇଟିବିପି ଏଡିଜି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଇଟାଲୀ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରେଫରାଲ ହସ୍ପିଟାଲର ଆଇଜି ମେଡିକାଲ ଡି ସି ଡିମ୍ରି କହିଛନ୍ତି ଯେ ଏହି ପ୍ଲାଣ୍ଟ ରୋଗୀଙ୍କୁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣ ନିଶ୍ଚିତ କରିବ ଏବଂ ଏହା କୋଭିଡ ରୋଗୀଙ୍କ ଚିକିତ୍ସାରେ ବହୁତ ସାହାଯ୍ୟ କରିବ।

Related Posts