କରୋନା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ନହୋଇଥିଲେ ଭାରାତୀୟ ଅର୍ଥ ବ୍ୟବସ୍ଥା ୪.୩ ଟ୍ରିଲିୟନ ଡଲାର ଛୁଇଁଥାନ୍ତା: ରାଜନାଥ ସିଂ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ଅର୍ଥନୀତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ଼ ବୟାନ ଦେଇଛନ୍ତି । ତେବେ ଯଦି କରୋନା ଏବଂ ୟୁକ୍ରେନ-ରୁଷିଆ ଯୁଦ୍ଧ ହୋଇନଥାନ୍ତି ତାହାଲେ ଭାରତର ଅର୍ଥନୀତି ୪.୩ ଟ୍ରିଲିୟନ ଡଲାର ଛୁଇଁଥାନ୍ତା । ଭାରତ ପରି ଆମେରିକା ଏବଂ ଚାଇନାରେ ମଧ୍ୟ ଦରଦାମ ବୃଦ୍ଧି ଘଟିଛି । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାତରରେ କରୋନା ପରିଚାଳନାକୁ ପ୍ରଶଂସା କରିଛି ବୋଲି ରାଜନାଥ ସିଂ କହିଛନ୍ତି । ଏହା ସହ ଦେଶରୁ ରପ୍ତାନୀ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅନ୍ତର୍ଜାତୀୟ ବାଣିଜ୍ୟ ବୃଦ୍ଧି ହେଉଛି । ଦରଦାମ ଯାଞ୍ଚ ପାଇଁ ଆରବିଆଇ ପଦକ୍ଷେପ ମଧ୍ୟ ନେଉଛି ବୋଲି କହିଛନ୍ତି ।

ଲକ୍ଷ୍ନୌ ବୌଦ୍ଧିକ ଫାଉଣ୍ଡେଶନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନାଥ ସିଂ ଏପରି କହିଥିବାର ଦେଖିବାକୁ ମିଳିଛି । ସେପଟେ ଯଦି ନେତୃତ୍ୱ ପ୍ରଭାବଶାଳୀ ତେବେ ବିକାଶକୁ କେହି ଅଟକାଇ ପାରିବେ ନାହିଁ । ପ୍ରତିରକ୍ଷା କ୍ଷମତା ଏବଂ ଅର୍ଥନୀତି ଏକ ଦେଶର ଶକ୍ତି ନିର୍ଣ୍ଣୟ କରେ । ମୁଁ ଜାଣେ ଯେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ବିକଶିତ କରାଯାଇଛି ବୋଲି କେହି ଦାବି କରିପାରିବେ ନାହିଁ । କିନ୍ତୁ ଯାହା ସମ୍ଭବ ତାହା ମୋ ଦ୍ୱାରା କରାଯାଇଛି । ରିଙ୍ଗ ରୋଡ ଲକ୍ଷ୍ନୌର ସ୍ୱପ୍ନର ପ୍ରକଳ୍ପ ଥିଲା । ଏହା ସମାପ୍ତ ହେଉଛି । ଜାତୀୟ ରାଜପଥ ପ୍ରାଧିକରଣକୁ ରିଙ୍ଗ ରୋଡ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କୁହାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts