ଶ୍ରୀଲଙ୍କାରେ ତେଜିଲା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପେକ୍ଷଙ୍କ ଗିରଫ ଦାବି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ତେଜିଲା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପେକ୍ଷଙ୍କ ଗିରଫ ଦାବି । ଜନୈକ ଓକିଲ କଲମ୍ବୋ କୋର୍ଟରେ ଆବେଦନ ଦାଖଲ କରି ପୂର୍ବତନ ପ୍ରଧାମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସମେତ ୭ ଜଣଙ୍କ ଗିରଫ ଦାବି କରିଛନ୍ତି। ଓକିଲ ତାଙ୍କ ଆବେଦନରେ ରାଜପକ୍ଷେ ଓ ତାଙ୍କର ୭ ସହଯୋଗୀଙ୍କ ଗିରଫ ଲାଗି ତୁରନ୍ତ ସିଆଇଡି କୁ ଆଦେଶ ଦେବାକୁ ନିବେଦନ କରିଛନ୍ତି। ସେପଟେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଉପରେ ଆକ୍ରମଣ ଲାଗି ରାଜପକ୍ଷେ ତାଙ୍କ ସମର୍ଥକଙ୍କୁ ଉସକାଇବାର ଅଭିଯୋଗରେ ଓକିଲ ଏହି ଦାବି କରିଛନ୍ତି। ଏହି ହିଂସାରେ ଶାତାଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି।

ହିଂସା ଉଗ୍ର ହେବାରୁ ସେନାକୁ ଡକାଇବାକୁ ପଡିଥିଲା ଓ ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୁରୁତର ଆର୍ଥିକ ସଂକଟ କାରଣରୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଶ୍ରୀଲଙ୍କାର ଏକ କୋର୍ଟ ମହିନ୍ଦା ରାଜପକ୍ଷେ, ତାଙ୍କ ପରିବାର ସଦସ୍ୟ ଓ ୧୨ ଜଣ ସାଂସଦଙ୍କ ଦେଶ ଛାଡିବା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଏଥିରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନରେ ରାଜପକ୍ଷେ ତାଙ୍କ ପରିବାରଙ୍କୁ ସେନା ସୁରକ୍ଷା ଯୋଗାଇ ଦିଆଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts