ରାଜସ୍ଥାନରେ ଛାତ୍ର ସଂସଦ ନିର୍ବାଚନରେ ଭୋଟ ପାଇଁ ଛାତ୍ରୀଙ୍କ ପାଦ ତଳେ ପଡ଼ିଲେ ଛାତ୍ରନେତା, ଭିଡ଼ିଓ ଭାଇରାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୁହାଯାଏ ଯେ ରାଜନୀତିରେ ସବୁକିଛି ସମ୍ଭବ। ଏଥିରେ କେହି ଅଚିହ୍ନା ନୁହନ୍ତି, କ୍ଷଣିକରେ ଅଚିହ୍ନା ପାଲଟନ୍ତି ଅତି ନିଜର। ତେବେ ରାଜସ୍ଥାନର ବରନଠାରେ ଦେଖିବାକୁ ମିଳିଛି ଏକ ମଜାଦାର ଦୃଶ୍ୟ। ଭୋଟ୍‌ ପାଇବାକୁ ଛାତ୍ର ସଂଗଠନର ନେତାମାନେ ରାସ୍ତା ମଝିରେ ଯୁବତୀମାନଙ୍କ ପାଦ ଧରୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଦୃଶ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ସମସ୍ତେ ଚକିତ ହୋଇ ଯାଇଥିଲେ। ସେହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଝିଅମାନେ ଯିବା ସମୟରେ ଛାତ୍ର ନେତାମାନେ ସେମାନଙ୍କୁ ଯାଇ ‌ଭୋଟ୍‌ ଭିକ୍ଷା କରୁଛନ୍ତି। ଏପରିକି ସେମାନେ ଝିଅମାନଙ୍କ ପାଦ ଧରି ବିଚ୍‌ ରାସ୍ତାରେ ଶୋଇ ଯାଉଛନ୍ତି। ରାଜସ୍ଥାନର ବିଶ୍ଵବିଦ୍ୟାଳୟ ଓ କଲେଜ୍ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ସରି ଯାଇଥିଲେ ମଧ୍ୟ ସେ ସମୟ‌ର ଭିଡିଓଟି ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ବ୍ୟବହାରକାରୀମାନେ ଅନେକ ମଜାଦାର୍‌ କମେଣ୍ଟ୍‌ ସବୁ ଦେଇଛନ୍ତି।

ସୂଚନା ଅନୁସାରେ, ରାଜସ୍ଥାନରେ ଛାତ୍ର ସଂସଦ ନିର୍ବାଚନ ଶୁକ୍ରବାର ଥିଲା। ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଏହି ନିର୍ବାଚନ ହୋଇଯାଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା। ଏହି ନିର୍ବାଚନର ଭୋଟ୍‌ ଗଣତି ଆଜି ଆରମ୍ଭ ହୋଇଥିବା ବେଳେ ଫଳାଫଳ ଅପରାହ୍ନରେ ବାହାରିବ ବୋଲି ସୂଚନା ରହିଛି।

Related Posts