ଏଣିକି ପୁରୁଷ ସଂପର୍କୀୟଙ୍କ ବିନା ବିମାନରେ ଯାତ୍ରା କରିବେ ନାହିଁ ମହିଳା: ତାଲିବାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ପୁରୁଷ ସଂପର୍କୀୟଙ୍କ ବିନା ବିମାନରେ ଯାତ୍ରା କରିବେ ନାହିଁ ମହିଳା । କ୍ଷମତାକୁ ଆସିବାର ଅନେକ ମାସ ବିତିଥିବା ବେଳେ ଏବେ ବି ତାଲିବାନ ମହିଳାଙ୍କୁ ସମାନ ଅଧିକାର ଦେଇନଥିବା ଜଣାପଡ଼ିଛି। ପୂର୍ବରୁ ପରିବାରରେ ଥିବା ପୁରୁଷଙ୍କ ସହ ବାହାରକୁ ଯିବାକୁ ମହିଳାଙ୍କୁ କୁହାଯାଇଥିବା ବେଳେ ଏବେ ତାଲିବାନ ଏକ ଅଜବ ନିୟମ ଲାଗୁ କରିଛି। ମହିଳା ପୁରୁଷ ସମ୍ପର୍କୀୟଙ୍କ ବିନା ବିମାନରେ ଚଳାଚଳ କରିପାରିବେ ନାହିଁ ବୋଲି କହିଛି ତାଲିବାନ। ସେପଟେ ଆଫଗାନିସ୍ତାନ ଏୟାରଲାଇନ୍ସର ଅଧିକାରୀମାନେ ଏଏଫପି ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, ତାଲିବାନ ସମସ୍ତ ବିମାନ କମ୍ପାନିକୁ ନିର୍ଦ୍ଦେଶ ଦେଇଛି ଯେ, ପୁରୁଷ ସମ୍ପର୍କୀୟଙ୍କ ବିନା ମହିଳାମାନେ ବିମାନରେ ଚଳାଚଳ କରିପାରିବେ ନାହିଁ।

ଏନେଇ ବିମାନ କମ୍ପାନିକୁ ଧ୍ୟାନ ଦେବାକୁ ହେବ। ବର୍ତ୍ତମାନ ମହିଳାମାନଙ୍କୁ କେବଳ ପୁରୁଷ ସମ୍ପର୍କୀୟଙ୍କ ସହ ବିମାନରେ ଯିବାକୁ ଅନୁମତି ଦିଆଯିବ। ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଉପରେ ପ୍ରତିବନ୍ଧକକୁ କଡାକଡି କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts