ମହିଳା କ୍ରିକେଟ ବିଶ୍ୱକପ; ସେମିଫାଇନାଲରେ ଭାରତକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ଭାରତକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ଏକ ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟରେ ପରାସ୍ତ କରିଛି। ପରାଜୟ ସହିତ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଭାଙ୍ଗିଯାଇଛି। ଦକ୍ଷିଣ ଆଫ୍ରିକାର ଖେଳାଳି ଲୌରା ୱୋଲଭାର୍ଡୋ ୮୦ରନ୍ ସ୍କୋର କରିଥିବାବେଳେ ଲାରା ଗୁଡାଲ୍ ୪୯ରନ୍ ସ୍କୋର କରି ଦଳକୁ ସଫଳତା ଆଡ଼କୁ ଟାଣି ନେଇଥିଲା।

ଏହି ରନ୍ ଦକ୍ଷିଣ ଆଫ୍ରିକାକୁ ଜିତିବାରେ ସାହାଯ୍ୟ କରିଥିଲା। ଶେଷ ୬ଟି ବଲରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୭ରନ୍ ଆବଶ୍ୟକ ଥିଲା । କିନ୍ତୁ ଶେଷ ଓଭରରେ ତୃଷା ଚେଟ୍ଟୀ ଆଉଟ୍ ହୋଇଯାଇଥିଲେ ଯାହା ମ୍ୟାଚକୁ ରୋମାଞ୍ଚକର କରିଥିଲା। ହେଲେ ଦୀପ୍ତି ଶର୍ମା ମିଗନନ୍ ଡୁ ପ୍ରିଜକୁ ଆଉଟ କରିବା ପରେ ମ୍ୟାଚ ଆହୁରି ରୋମାଞ୍ଚକର ହୋଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାକୁ ୨ଟି ବଲରେ ୨ରନ ଆବଶ୍ୟକ ଥିଲା। ଶେଷରେ ଦକ୍ଷିଣ ଆଫ୍ରିକା ଉଭୟ ବଲରେ ଦୁଇଟି ରନ୍ ସ୍କୋର କରି ବିଜୟ ହାସଲ କରିଥିବା ଜଣାପଡ଼ିଛି।

Related Posts