କାର୍ଯ୍ୟାନୁଷ୍ଠାନ ନେଲେ ଯୋଗୀ ସରକାର

ସତ୍ୟପାଠ ବ୍ୟୁରୋ : ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭ୍ରଷ୍ଟାଚାରରେ ଲିପ୍ତଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ ସୁଦ୍ଧା ୬୦୦ ଅଧିକାରୀ ଏବଂ କାର୍ଯ୍ୟକର୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆସରିଲାଣି ଏବଂ ୨୦୦ରୁ ଅଧିକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି ।

ଭ୍ରଷ୍ଟ ଅଧିକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । ଯୋଗୀ ସରକାରଙ୍କ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା କହିଛନ୍ତି କି, ପ୍ରଥମ ଥର ପାଇଁ ଏଭଳି ଜଣେ ସରକାର ଯିଏକି ୬୦୦ରୁ ଅଧିକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କ କାର୍ଯ୍ୟପଦ୍ଧତି ସୁଦ୍ଧାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅଧିକାରୀମାନଙ୍କୁ ଇ-ଅଫିସ୍ ବ୍ୟବସ୍ଥା ଖୁବ୍ ଶୀଘ୍ର ପୂରଣ କରିବା ପାଇଁ କହିଛନ୍ତି ।

Related Posts