ଆସନ୍ତା 25ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ରେ ବିଜୟ ପରେ ପୁଣି ଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଏନେଇ ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି । ହୋଲି ପରେ ଏହି ଶପଥ ଉତ୍ସବ ହେବା ନେଇ ପୂର୍ବରୁ ମଧ୍ୟ କୁହାଯାଇଥିଲା । ତେବେ ମିଳିଥିବା ସରକାରୀ ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଯୋଗୀ ତାଙ୍କର ଦ୍ବିତୀୟ ପାଳି ସରକାର ଗଢିବେ । ଆସନ୍ତା 25 ତାରିଖ ଅପରାହ୍ଣ 4ଟା ସମୟରେ ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

ସେହିପରି ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋର ଚାଲିଥିବା ଖବର ଆସଛି । ଏଥିସହ ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମ ଉତ୍ତରପ୍ରଦେଶ ଇକନା ଷ୍ଟାଡିୟମରେ ହେବ । ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାର ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ସମସ୍ତ ଙ୍କ ଗ୍ରହଣରେ ଦ୍ଵିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Related Posts