ଜାମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଅମିତ ଶାହାଙ୍କୁ ଭେଟିଲେ ଡୋଭାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଅମିତ ଶାହାଙ୍କୁ ଭେଟିଲେ ଡୋଭାଲ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଡୋଭାଲଙ୍କ ବ୍ୟତୀତ ରୋ ମୁଖ୍ୟ ଉପସ୍ଥିତ ଥିଲେ । ଉପତ୍ୟକାରେ ରହୁଥିବା ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଆତଙ୍କବାଦୀଙ୍କ ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ହିଁ ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପତ୍ୟକାରେ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅପରେସନକୁ ଆହୁରି ଜୋରଦାର କରାଯିବ। ବିଶେଷ କରି ଦକ୍ଷିଣ କଶ୍ମୀର ଓ କଶ୍ମୀର ପଣ୍ଡିତମାନେ ରହୁଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ସେହିପରି କଶ୍ମୀର ପଣ୍ଡିତ ଓ ହିନ୍ଦୁମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସ୍ୱତନ୍ତ୍ର ରଣନୀତି ଆପଣା ଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଏହାବାଦ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ଉପତ୍ୟକାରେ ସବୁଠାରୁ ବଡ଼ ଅପରେସନ ମଧ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି। ସେପଟେ ମେ’ ୧ରୁ ଜୁନ୍‌ ୨ ମଧ୍ୟରେ ଆତଙ୍କବାଦୀମାନେ ୮ ଜଣ ସାଧାରଣ ଲୋକଙ୍କୁ ହତ୍ୟା କାରି ସାରିଲେଣି। ପୂର୍ବରୁ କଶ୍ମୀର ପଣ୍ଡିତମାନେ ସୁରକ୍ଷା ଦାବି କରୁଥିବେ ବେଳେ ସରକାରଙ୍କ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ। ସେମାନେ ଆତଙ୍କୀଙ୍କ ଭୟରେ ଉପତ୍ୟକା ଛାଡ଼ିବାକୁ ଚାହୁଁଛନ୍ତି। ହେଲେ ସରକାର ସେମାନଙ୍କ କ୍ୟାମ୍ପ ସିଲ୍‌ କରି ଦେଇଛନ୍ତି। ଏସବୁ ଭିତରେ ଆଜି ଜମ୍ମୁ-କଶ୍ମୀରର କୁଲଗାମ ଠାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଏହାକୁ ନେଇ ଲୋକମାନେ ଆହୁରି ଆତଙ୍କିତ ହୋଇପଡ଼ିଛି।

Related Posts