୧୨୫ ବର୍ଷ ବୟସ୍କ ଯୋଗ ଗୁରୁ ସ୍ଵାମୀ ଶିବାନନ୍ଦ ଗ୍ରହଣ କଲେ ପଦ୍ମଶ୍ରୀ ପୁରସ୍କାର, ଭକ୍ତିରେ ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି

ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବାରାଣାସୀର ୧୨୬ ବର୍ଷର ସ୍ୱାମୀ ଶିବାନନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଚନ୍ତି । ତେବେ ସେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ଆସିଥିବା ଖୋଲା ପାଦରେ ସମ୍ମାନ ଗ୍ରହଣ କରିବାକୁ ପହଞ୍ଚିଥିଲେ। ପଦ୍ମ ପୁରସ୍କାର ଗ୍ରହଣ କରିବାକୁ ଆସିବା ସମୟରେ ସ୍ୱାମୀ ଶିବାନନ୍ଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ନତମସ୍ତକ ହୋଇଥିଲେ। ପୁରସ୍କାର ଗ୍ରହଣ କରିବା ପୂର୍ବରୁ ସ୍ୱାମୀ ଶିବାନନ୍ଦ ପ୍ରଧାନମନ୍ତ୍ରୀଙ୍କ ଆଗେ ଆଣ୍ଠମାଡି ବସିଥିଲେ। ସ୍ୱାମୀ ଜୀଙ୍କ ଏହି ସମ୍ମାନ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଚୌକିରୁ ଉଠି ସ୍ୱାମୀ ଶିବାନନ୍ଦ ସାମ୍ନାରେ ନତମସ୍ତକ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନମସ୍କାର କରିବା ପରେ ସ୍ୱାମୀ ଶିବାନନ୍ଦ ପଦ୍ମ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଗରେ ମଧ୍ୟରେ ଆଣ୍ଠୁମାଡି ସମ୍ମାନ ଜଣାଇଥିଲେ। ସ୍ୱାମୀ ଶିବାନନ୍ଦଙ୍କୁ ନିଜ ସାମ୍ନାରେ ନଇଁବା ଦେଖି ରାଷ୍ଟ୍ରପତି ନିଜ ଆସନକୁ ତଳକୁ ଓହ୍ଲାଇ ସ୍ୱାମୀ ଜୀଙ୍କୁ ଉଠାଇଥିଲେ।

ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଭିଡ଼ିଓ ଙ୍କୁ ପସନ୍ଦ କରିବା ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Related Posts