ମୁମ୍ବାଇରେ ମଙ୍ଗଳବାର ଘଟିଛି ଏକ ଲୋମହର୍ଷକ ଘଟଣା । ମୁମ୍ବାଇର ମାଲ୍ଦା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ପ୍ରେମିକାର ଦୁଇ ଭାଇ ପ୍ରଥମେ ନିର୍ଧୁମ ପିଟିବା ପରେ ଛୁରୀ ଭୁସି ହତ୍ୟା ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ପ୍ରେମିକ ଯୁବକର ନାଁ ସୈଫ୍ ଶରାଫତ୍ ଅଲୀ ।
ପଡ଼ୋଶୀ ଘରର ଜଣେ ଝିଅକୁ ପ୍ରେମ କରୁଥିଲେ ସୈଫ୍ । ସେମାନେ ବିବାହ କରିବାକୁ ବି ଠିକ୍ କରିନେଇଥିଲେ । କିନ୍ତୁ ଯୁବତୀଙ୍କ ଦୁଇ ଭାଇ ଏହି ସମ୍ପର୍କକୁ ବିରୋଧ କରୁଥିଲେ । ପରିବାର ଲୋକେ ଘରେ ନାହାନ୍ତି ଭାବି ମଙ୍ଗଳବାର ସୈଫ୍ ନିଜ ପ୍ରେମିକାର ଘରକୁ ଯାଇଥିଲେ। ସେଠାରେ ଉଭୟ କଥାବାର୍ତ୍ତା କରୁଥିବା ସମୟରେ ପହଞ୍ଚି ଯାଇଥିଲେ ପ୍ରେମିକାର ଦୁଇ ଭାଇ ।
ପ୍ରଥମେ ଯୁକ୍ତି ତର୍କ ତା ପରେ ଦୁଇ ଭାଇ ଓ୍ଵାସିମ୍ ଓ ଆଜ୍ମଲ୍ ମିଶି ସୈଫ୍ଙ୍କୁ ଖୁବ୍ ପିଟିଥିଲେ । ପରେ ସୈଫ୍ଙ୍କୁ ଛୁରୀ ଭୁସି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ସୈଫ୍ଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ କାଣ୍ଡ ଭିଆଇଥିବା ଦୁଇ ଭାଇ ଓ୍ଵାସିମ୍ ବଦ୍ରୁଦ୍ଦିନ୍ ଖାଁ(19 ବର୍ଷ) ଓ ଆଜ୍ମଲ(23 ବର୍ଷ) ଫେରାର୍ ହୋଇଯାଇଥିଲେ । କିନ୍ତୁ ପରେ ପୋଲିସ୍ ସେମାନଙ୍କୁ ଗିରଫ କରିଛି ।