ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ଜାରି ରଖିବ ପାକିସ୍ତାନ: ଆମେରିକା

ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଗୁଡ଼ିକ ସମୂହ ଭାରତ ଓ ଆଫଗାନିସ୍ତାନ ଦୁଇ ଦେଶରେ ଆତଙ୍କବାଦୀ ଆକ୍ରମଣ କରିବା ଜାରି ରଖିବେ । ଏମିତି ଭବିଷ୍ୟବାଣୀ କରିଛନ୍ତି ଆମେରିକା ଗୁଇନ୍ଦା ସଂସ୍ଥାର ମୁଖ୍ୟ ଡେନ୍‌ କୋଟ୍‌ସ । କୋଟ୍‌ସ କହିଛନ୍ତି, ‘ପାକିସ୍ତାନର କିଛି ସଂଗଠନ ନୀତିଗତ ଭାବରେ ଏଭଳି ଷଡ଼ଯନ୍ତ୍ର କରୁଛନ୍ତି ।

ଏହାଦ୍ବାରା ଆଗାମୀ ଦିନରେ ପାକିସ୍ତାନକୁ ବି ବଡ଼ ଧରଣର କ୍ଷତି ହୋଇପାରେ । ଆତଙ୍କବାଦୀ ସଂଗଠନ ଗୁଡ଼ିକର ଏମିତି କାରନାମା ଆମେରିକା ଚଳାଇଥିବା ତାଲିବାନ ବିରୋଧୀ ଅଭିଯାନକୁ ବି ବିଫଳ କରିଦେବ ।

ଆମେରିକୀୟ ସିନେଟ୍‌ର ସଦସ୍ୟ ମାନଙ୍କୁ ସମ୍ବୋଧନ କରି ଡେନ୍‌ କୋଟ୍‌ସ କହିଛନ୍ତି ଯେ, ‘ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଭାରତ, ଆଫଗାନିସ୍ତାନ ଓ ଆମେରିକା ବିରୋଧରେ ଆକ୍ରମଣ ଯୋଜନା ପ୍ରସ୍ତୁତ କରିବା ସହିତ ବଡ଼ ଧରଣର କ୍ଷତି ଘଟାଇବାକୁ ଉଦ୍ୟମ କରୁଛନ୍ତି ।

କୋଟସ ଆହୁରି କହିଛନ୍ତି ଯେ, ‘ଭାରତ ଓ ପାକିସ୍ତାନରେ ପରମାଣୁ କାର୍ଯ୍ୟକ୍ରମ କ୍ରମାଗତ ଭାବରେ ବଢ଼ିଛି, ଯାହାକି ଦକ୍ଷିଣ ଏସିଆରେ ପରମାଣୁ ସୁରକ୍ଷା ଘଟଣା ସହିତ ଜଡ଼ିତ ଆଶାକୁ ଦ୍ୱନ୍ଦ୍ବରେ ପକାଇଛି । ’

Related Posts