ପୂର୍ବ ଶତ୍ରୃତାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

ଅନୁଗୁଳ: ପୂର୍ବ ଶତ୍ରୃତାରୁ ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଛି । ସୂଚନା ଅନୁସାରେ ଆଜି ସକାଳେ ପାଲଲହଡା ଉଦିତନଗର ଅଞ୍ଚଳର ନରେନ୍ଦ୍ର ସାହୁ ବାଇକରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଚା ପିଉଥିବା ବେଳଳେ ଏକ ଅଜଣା ଯୁବକ ହଠାତ ଆସି ଛୁରିରେ ଆକ୍ରମଣ କରିଥିଲା । ଜୀବନ ପଞ୍ଚାଇବାକୁ ନରେନ୍ଦ୍ର ଦୌଡ଼ି ଦୌଡ଼ି ନିକଟରେ ଜଣ ଘରେ ପଶି ଯାଇଥିଲେ । ଦୀର୍ଘ ସମୟ ପଡି ରହିଥିଲେ ମଧ୍ୟ ଉଦ୍ଧାର କରିବାକୁ ପୋଲିସ ଆସିନଥିଲା  । ବିଳମ୍ବରେ ପୋଲିସ ପହଞ୍ଚିବାରୁ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶବ ଜବଦ କରିବା ସହ ତଦନ୍ତ ଚଳାଇଛି ପୋଲିସ । ତେବେ ପୂର୍ବ ଶତ୍ରୃତା କାରଣରୁ ନରେନ୍ଦ୍ରଙ୍କ ହତ୍ୟା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ।

Related Posts