ଆକ୍ରମଣ ପରେ ଜେଡ ସୁରକ୍ଷା ନେବାକୁ ମନା କରିଦେଲେ ଓୱାଇସି; କହିଲେ ପାରୁଛ ଯଦି ଜେଡ ନୁହଁ ଏ ବର୍ଗର ନାଗରିକ କର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲା ଛିଜାରସି ଟୋଲ ପାଖରେ ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱାଇସିଙ୍କ କାର ଉପରକୁ ଗୁଳି ଚଳାଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ସେପଟେ ଓୱାଇସିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସେ ଲୋକସଭାରେ ମଧ୍ୟ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ସେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଦେଶର ଏକ ବର୍ଗ ର‌୍ୟାଡିକଲାଇଜେଶନ ଆଡ଼କୁ ବଢ଼ୁଛି । କେବଳ ଏତିକି ନୁହେଁ ବରଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜେଡ ସିକ୍ୟୁରିଟିକୁ ମଧ୍ୟ ନେବାକୁ ଓୱାସି ମନା କରିଦେଇଛନ୍ତି । ଏହା ସହ ମୋତେ ଗୁଳି ବାଜିଲେ ମୁଁ ସହିନେବି ହେଲେ ସୁରକ୍ଷା ଭିତରେ ମୁଁ ବଞ୍ଚିବାକୁ ଚାହେଁନା ବୋଲି କହିଛନ୍ତି । ଏଭଳି ଲୋକଙ୍କ ପାଇଁ ୟୁପିଏ କାହିଁକି ଲାଗୁ କରାଯାଉ ନାହିଁ । ଯଦି କ୍ରିକେଟ ମ୍ୟାଚରେ କେହି ପାକିସ୍ତାନକୁ ପ୍ରଶଂସା କରୁଛନ୍ତି ତାଙ୍କ ଉପରେ ୟୁପିଏ ଲାଗୁଛି । ହେଲେ ଏମପି ଉପରକୁ ଗୁଳି କରିଥିବା ଲୋକଙ୍କ ଉପରେ ଏହା ଲାଗୁ କରାଯାଉ ନାହିଁ ବୋଲି ଲୋକସଭାରେ ଓୱାଇସି କହିଛନ୍ତି । ସେପଟେ ଆକ୍ରମଣ ପରେ ପୁଣିଥରେ ଏଆଇଏମଆଇଏମର ମୁଖ୍ୟ ଓୱାଇସି ନିର୍ବାଚନ ପ୍ରଚାରକୁ ଫେରିଛନ୍ତି ।

ସେ ତିନୋଟି ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ଏହି ଆକ୍ରମଣ ପରେ ସରକାର ଓୱାଇସିଙ୍କୁ ଜେଡ ବର୍ଗର ସୁରକ୍ଷା ଦେଇଥିଲେ। କିନ୍ତୁ ଓୱାଇସି ତାଙ୍କୁ ‘ଏ’ ବର୍ଗର ନାଗରିକ କରାଯିବା ଉଚିତ ବୋଲି କହି ସୁରକ୍ଷା ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏଆଇଏମଆଇଏମର ଦ୍ୱାରା ପ୍ରକାଶିତ କାର୍ଯ୍ୟକ୍ରମ ଅନୁଯାୟୀ ଓୱାଇସି ତିନିଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। ତାଙ୍କର ପ୍ରଥମ ସାଧାରଣ ସଭା ମଧ୍ୟାହ୍ନ ୧୨ ଟାରେ ଗାଜିଆବାଦର ଲୋନିରେ ଅନୁଷ୍ଠିତ ହେବ । ଏଥିସହିତ ଅପରାହ୍ନ ୨ ଟାରେ ଛପରୌଲି ଦ୍ୱିତୀୟ ସାଧାରଣ ସଭାର ଆୟୋଜନ କରାଯାଇଛି। ଓୱାଇସି ଅପରାହ୍ନ ୪ ଟାରେ ଗୁଡ଼ମୁକ୍ତେଶ୍ୱରରେ ତୃତୀୟ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଅନ୍ୟପଟେ ହାପୁରର ଏକ ଟୋଲ ପ୍ଲାଜାରେ ଆସାଦୁଦ୍ଦିନ ଓୱାଇସିଙ୍କୁ ଆକ୍ରମଣ କରାଯାଇଥିଲା। ଦୁଇ ଜଣ ଆକ୍ରମଣକାରୀ ତାଙ୍କ କାର ଉପରକୁ ଗୁଳି ଚଳାଇଥିଲେ। ଏହି ମାମଲାରେ ସଚିନ୍ ଏବଂ ଶୁଭମ୍ ନାମକ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୋଲିସର ପଚରାଉଚରା ବେଳେ ଏହି ଦୁଇ ଅଭିଯୁକ୍ତ କହିଛନ୍ତି ଯେ ଧର୍ମ ସମ୍ବନ୍ଧରେ ଓୱାଇସିଙ୍କ ଭାଷଣରେ ସେମାନେ ଆହତ ହୋଇଥିଲେ। ଆକ୍ରମଣ ସମୟରେ ଓୱାଇସି ପ୍ରଚାର କରିବା ପରେ ଦିଲ୍ଲୀ ଫେରୁଥିଲେ।

ଏସବୁ ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ଓୱାଇସିଙ୍କୁ ଆକ୍ରମଣ ହୋଇଥିବା ଦିନ ତାଙ୍କ ପତ୍ନୀଙ୍କୁ ସେ ରାତ୍ରୀ ଭୋଜନ କରିବାକୁ ପ୍ରତିଶୃତି ଦେଇଥିଲେ। ୟୁପି ନିର୍ବାଚନ ପ୍ରଚାରରେ ଓସ୍ୱାଇସି ବହୁତ ବ୍ୟସ୍ତ ଅଛନ୍ତି । ତେଣୁ ସେ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ରହିବାକୁ କହିଥିଲେ । ଯାହାଦ୍ୱାରା ସେ ଅଭିଯାନ ଶେଷ ହେବା ପରେ ତାଙ୍କ ସହ ରାତ୍ରୀ ଭୋଜନ କରିପାରିବେ। ସବୁକିଛି ଠିକ୍ ଥିଲା । ସନ୍ଧ୍ୟା ପର‌୍ୟ୍ୟନ୍ତ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲିଥିଲା । ଓୱାଇସି ମେରୁତର କିଥୋରରେ ଏକ ନିର୍ବାଚନ କାର‌୍ୟ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ, କିନ୍ତୁ ରାସ୍ତାରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ରାତ୍ରୀ ଭୋଜନ ବାତିଲ କରିବାକୁ ପଡିଲା। ଓୱାଇସି ବେଗମ୍ ସାହିବାଙ୍କୁ ଡାକି କହିଥିଲେ ଯେ କେହି ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି, କିନ୍ତୁ ସେ ଏହାକୁ ବିଶ୍ୱାସ କରିନଥିଲେ । ଓୱାଇସିଙ୍କ ପତ୍ନୀ ଅନୁଭବ କଲେ ଯେ ସେ ରାତ୍ରୀ ଭୋଜନକୁ ଯିବାକୁ ଚାହୁଁନାହାଁନ୍ତି, ତେଣୁ ସେ ବାହାନା କରୁଛନ୍ତି ।

Related Posts