![](https://www.satyapatha.com/wp-content/uploads/2022/02/raveena-tandon-father--716x398.jpg)
୨୦୨୨ ଆରମ୍ଭରୁ ଯେପରି ବଲିଉଡ ଉପରେ କଳା ବାଦଲ ମାଡି ବସିଛି | ଜଣକ ପରେ ଜଣେ ବଶିଷ୍ଠ ଲୋକଙ୍କ ଦେହାନ୍ତ ଖବର ବଲିଉଡ ଜଗତକୁ ଶୋକରେ ବୁଡେଇ ଦେଇଛି | ବିଶିଷ୍ଟ ଫିଲ୍ମ ମେକର ତଥା ପ୍ରସିଦ୍ଧ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ରବି ଟଣ୍ଡନଙ୍କ ଦେହାନ୍ତ ହୋଇଛି | ଗତକାଲି ଜୁହୁସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରବି ଟଣ୍ଡନ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।
ଦୀର୍ଘ ଦିନ ହେଲା ବୟସାଧୀକ ରୋଗରେ ପୀଡ଼ିତ ଥିଲେ ରବି ଟଣ୍ଡନ । ଏକାଧୀକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବାରୁ ଗତକାଲି ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ରବିନା ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଥିବା ବେଳେ ଶୋକ ପ୍ରକଟ କରିଛନ୍ତି ବଲିଉଡର ବହୁ ସେଲିବ୍ରିଟି।
ବାପାଙ୍କ ମୃତ୍ୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ରବିନା ଟଣ୍ଡନ ହିଁ ତାଙ୍କ ଶେଷକୃତ ସମ୍ପନ୍ନ କରି ମୁଖାଗ୍ନି ଦେଇଛନ୍ତି। ରବି ଟଣ୍ଡନଙ୍କ ଅନ୍ତିମ ସଂସ୍କାର ସମୟରେ ବଲିଉଡ କୋରିଓଗ୍ରାଫର ଫରହା ଖାନ, ତାଙ୍କ ଭାଇ ତଥା ଡାଇରେକ୍ଟର ସାଜିଦ ଖାନଙ୍କ ସମେତ ବହୁ ସେଲିବ୍ରିଟି ଉପସ୍ଥିତ ଥିଲେ। ଏହି ସମୟରେ ଶ୍ମଶାନ ଘାଟରେ ଉପସ୍ଥିତ ଥିବା ରବିନାଙ୍କ ମାତା ବିଣା ଟଣ୍ଡନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।
ନିଜ ବାପାଙ୍କ ସହ ସ୍ମୃତି ବଖାଣି ରବିନା କିଛି ଫଟୋ ପୋଷ୍ଟ କରିବା ସହ ଏକ ଇମୋସନାଲ ନୋଟ ବି ଶେଆର କରିଛନ୍ତି। ତୁମେ ମୋ ସହ ସବୁବେଳେ ଚାଲିବ, ମୁଁ ବି ତୁମ ସହ ସବୁବେଳେ ରହିବି, ତୁମକୁ ଏକୁଟିଆ ଯିବାକୁ ଦେବିନି, ଲଭ ୟୁ ପାପା ବୋଲି ଲେଖିଛନ୍ତି। ଏପରି ଦୁଃଖ ସମୟରେ ବହୁ ବଲିଉଡ ସେଲିବ୍ରିଟି ରବିନାଙ୍କୁ ସମବେଦନା ଜଣାଇଛନ୍ତି।