
ଆଜି ବସିବ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟା ୩୦ରେ ଭର୍ଚୁଆଲ ମାଧ୍ୟମରେ ବୈଠକ ବସିବ । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏହି ସମୟରେ ବୈଠକ ବସୁଥିବାରୁ ନୂଆ ବର୍ଷ ଓ ପଞ୍ଚାୟତ ନିର୍ବାଚନ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି ।
ପୂର୍ବରୁ ଗତ ୨୦ ଓ ୨୩ତାରିଖରେ କ୍ୟାବିନେଟ୍ ବୈଠକ ବସିଥିଲା । ଆଜିର ବୈଠକରେ ଜାଗା ମିସନ୍ ଉପରେ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇପାରେ ।
ବୈଠକରେ ସ୍ବାସ୍ଥ୍ୟ ବିଭାଗ ସମେତ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରସ୍ତାବ ଉପରେ ଲାଗିପାରେ ମୋହର ।ଭୁବନେଶ୍ବରରେ ଥିବା ମନ୍ତ୍ରୀ ମାନେ ଲୋକସେବା ଭବନରୁ ଓ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ଜିଲ୍ଲାସ୍ତରୀୟ ସମ୍ମିଳନୀ କକ୍ଷରୁ କ୍ୟାବିନେଟ ବୈଠକରେ ସାମିଲ ହେବେ ।ତେବେ ନିର୍ଦ୍ଦିଷ୍ଟ ଭାବେ କେତେଟି ଏଜେଣ୍ଡା ଆସିବ ତାହା ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀମାନଙ୍କୁ ଦିଆଯାଇ ନାହିଁ ।