ବାଲେଶ୍ବର(ସତ୍ୟପାଠବ୍ୟୁରୋ): ବାଲେଶ୍ବରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କୁ ପଛପଟୁ ଅତର୍କିତ ଭାବେ ଗୁଳିମାଡ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। କିଏ ଓ କାହିଁକି ଗୁଳିମାଡ଼ କଲେ, ତାହା ସ୍ପଷ୍ଟ ହୋଇପାରି ନାହିଁ । ଗୁଳିମାଡ଼ ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଡର ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ସେ ଚାଲି ଚାଲି ଯାଉଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡିଛି। ତାଙ୍କ ଉପରକୁ ୮ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି।