ଆଫଗାନିସ୍ତାନକୁ ତାଲିବାନ କବଜା କରିବାର ପ୍ରାୟ ଗୋଟିଏ ବର୍ଷ ପରେ ଖୋଲିବ ସିନେମାଘର

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଖୋଲିବ ସିନେମା ଘର । ତାଲିବାନ ପକ୍ଷରୁ କବଜା କରିବାର ପ୍ରାୟ ଗୋଟିଏ ବର୍ଷ ପରେ ଏବେ ଦେଶର ସିନେମାଘର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସିନେମାଘରେ ଶୋକୁ ଅନୁମତି ଦିଆଯାଇଛି। ମାତ୍ର ମହିଳା କଳାକାରଙ୍କ ଭୂମିକା ବହୁତ ସୀମିତ ରହିଛି। ତଥାପି ଏହା ଆଫଗାନିସ୍ତାନ ପାଇଁ ବହୁତ ବଡ ଖବର। ତାଲିବାନ ଗତ ବର୍ଷ ଅଗଷ୍ଟରେ ତାଲିବାନ ଉପରେ କବଜା କରିଥିଲେ। ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନ ଦେଶରେ ଅନେକ ପ୍ରକାରର କଟକଣା ଲଗାଇ ରଖିଛି। ବିଶେଷ କରି ମହିଳାଙ୍କୁ ନେଇ ତାଲିବାନର ଆଭିମୁଖ୍ୟ ପୂର୍ବ ପରି ପୁରୁଣା ରହିଛି।

ଖାମା ପ୍ରେସ୍‌ର ରିପୋର୍ଟ ଅନୁଯାୟୀ, ୩୭ ଫିଲ୍ମ ଏବଂ ବୃତ ଚିତ୍ର ପ୍ରଦର୍ଶିତ ହେବାର ଅଛି। ମାତ୍ର ବଡ କଥା ଏହା ଯେ, ଆତିଫା ମୋହମ୍ମଦୀ ଏକ ମାତ୍ର ମହିଳା ଅଭିନେତ୍ରୀ, ଯିଏ ନିକଟରେ ନିର୍ମାଣ ଏତେ ଫିଲ୍ମ ମଧ୍ୟରୁ କେବଳ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କାରଣ ତାଲିବାନ ସରକାର ମହିଳାଙ୍କ ଉପରେ ଅନେକ କଟକଣା ଲଗାଇଛନ୍ତି। ସିନେମା ହଲ୍ ପୁଣି ଥରେ ଖୋଲିବା ନେଇ ଫିଲ୍ମର ଅଭିନେତା ଖୁସି ପ୍ରକାଶ କରିଛନ୍ତି। ହେଲେ ଫିଲ୍ମ ନିର୍ମାଣ ପାଇଁ ଧନ ଉପଲବ୍ଧ କରାଇବାକୁ ପଡିବ ବୋଲି ଅଭିନେତା ଅବଦୁଲ ସାବର ଖିନଜୀ କହିଛନ୍ତି।

ସେ କହିଛନ୍ତି, ଆମେ ନିଜର ପକେଟ୍ ଖର୍ଚ୍ଚକୁ ଫିଲ୍ମ ନିର୍ମାଣରେ ଲଗାଇଛୁ। ଆମ ଦେଶର ଫିଲ୍ମ ନିର୍ମାଣ ପାଇଁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ତଥାପି ସରକାର ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେବା ଆମ ପାଇଁ ଖୁସିର ବିଷୟ ବୋଲି ଅନ୍ୟ ଜଣେ ଅଭିନେତା ଫୈୟାଜ ଇଫତିଖାର କହିଛନ୍ତି। ତେବେ ଆଫଗାନିସ୍ତାନରେ ଚଳଚ୍ଚିତ୍ର ଜଗତରେ ମହିଳାଙ୍କ ଉପରେ କଟକଣା ଲଗାଯିବା ଉଚିତ୍ ନୁହେଁ।

Related Posts